Home ଓଡ଼ିଶା ମନମୋହନ ସିଂହଙ୍କୁ ମିଳିବନି ଏସ୍‌ପିଜି ସୁରକ୍ଷା

ମନମୋହନ ସିଂହଙ୍କୁ ମିଳିବନି ଏସ୍‌ପିଜି ସୁରକ୍ଷା

543

ନୂଆଦିଲ୍ଲୀ,୨୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମିଳିବନି ଏସ୍‌ପିଜି ସୁରକ୍ଷା। ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି କେନ୍ଦ୍ର ସରକାର। ତାଙ୍କୁZ+ ସୁରକ୍ଷା ଯୋଗାଇ ଦିଆଯିବ। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ସୁରକ୍ଷା ବାହିନୀ ବର୍ତ୍ତମାନ ସ୍ଥିତିର ଅନୁଧ୍ୟାନ କରିବା ପରେ ଏହି ନିଷ୍ପତ୍ତି ନେଇଛି ଗୃହ ବିଭାଗ। ବର୍ତ୍ତମାନ ପର୍ଯ୍ୟନ୍ତ ମନମୋହନ ସିଂ ଓ ତାଙ୍କ ପରିବାରକୁ ଏସ୍‌ପିଜି ସୁରକ୍ଷା ମିଳୁଥିଲା।

ବର୍ତ୍ତମାନ ଦେଶରେ ଚାରି ଜଣଙ୍କୁ ମିଳୁଛି ଏସ୍‌ପିଜି ସୁରକ୍ଷା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଏସପିଜି ସୁରକ୍ଷା ଯୋଗାଇ ଦିଆଯାଉଛି। ସେହପରି ବିପଦ ଆଶଙ୍କା କିମ୍ବା ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ପରିବାର ଲୋକଙ୍କୁ ମଧ୍ୟ ଏସପିଜି ସୁରକ୍ଷା ଯୋଗାଇ ଦେବାର ପ୍ରାବଧାନ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.