Home ଓଡ଼ିଶା ମଇ ମାସ ଦ୍ବିତୀୟ ଶନିବାର ଓ ରବିବାର ବାତ୍ୟା ପ୍ରଭାବିତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ...

ମଇ ମାସ ଦ୍ବିତୀୟ ଶନିବାର ଓ ରବିବାର ବାତ୍ୟା ପ୍ରଭାବିତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ

667

ଭୁବନେଶ୍ବର ୧୦.୫ (ଓଡ଼ିଆ ପୁଅ) ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ମେ ୧୧ ତାରିଖ ଓ ୧୨ ତାରିଖ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଇ ଦିନ ଦ୍ବିତୀୟ ଶନିବାର ଓ ରବିବାର ପାଇଁ ଛୁଟି ପଡୁଥିବାରୁ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଯେପରି ବ୍ୟାହତ ନ ହୁଏ, ସେଥିପାଇଁ ବାତ୍ୟା ପ୍ରଭାବିତ ଅଞ୍ଚଳ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସଚିବାଳୟ ଏବଂ ଏହିସବୁ ଜିଲ୍ଲାରେ ଥିବା ବିଭାଗୀୟ ମୁଖ୍ୟ ଦପ୍ତର କାର୍ଯ୍ୟାଳୟ ଗୁଡିକ ମଧ୍ୟ ଖୋଲା ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.