Home ଓଡ଼ିଶା ଭୋପାଳ ରେ ଅଘଟଣ, ଡଙ୍ଗା ଓଲଟି ୧୧ ମୃତ

ଭୋପାଳ ରେ ଅଘଟଣ, ଡଙ୍ଗା ଓଲଟି ୧୧ ମୃତ

171

ନୂଆଦିଲ୍ଲୀ,୧୩/୦୯,(ଓଡ଼ିଆ ପୁଅ ପି ନାଏକ):ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଏକ ବଡ଼ ଧରଣର ଅଘଟଣ ଆଜି ଘଟିଛି । ଡଙ୍ଗାରେ ମଝି ନଈକୁ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ ଉଛୁଳା ନଈରେ ଭାରସାମ୍ୟ ହରାଇ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଉଦ୍ଧାରକାରୀ ଦଳ ପହଞ୍ଚି ୧୧ଟି ମୃତଦେହ ଉଦ୍ଧାର କରିବା ଅନ୍ୟପଟେ ୫ଜଣ ନିଖୋଜ ଅଛନ୍ତି ।

ଏଭଳି  ଅଭାବନୀୟ ଓ ଦୁଃଖଦ ଘଟଣା ଆଜି ଭୋର ପ୍ରାୟ ସାଢ଼େ ଚାରିଟା ସମୟରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଲର ଖଟଲାପୁରା ମନ୍ଦିର ଘାଟରେ ଘଟିଯାଇଛି। ମିଳିଥିବା ସୂଚନାଅନୁଯାୟୀ, ଡଙ୍ଗାଟି ଛୋଟ ଥିବାବେଳେ ଗଣେଶ ମୂର୍ତ୍ତି ବଡ଼ ଥିଲା। ମୂର୍ତ୍ତି ବିସର୍ଜନ ନିମନ୍ତେ ଉକ୍ତ ଡଙ୍ଗାରେ ବହୁ ଶ୍ରଦ୍ଧାଳୁ ଯାଇଥିଲେ। ଯେତେବେଳେ ଶ୍ରଦ୍ଧାଳୁମାନେ ମୂର୍ତ୍ତିଟିକୁ ବିସର୍ଜନ କରିଥିଲେ, ସେତେବେଳେ ଡଙ୍ଗାଟି ଏକ ତରଫା ହୋଇ ଓଲଟି ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.