Home ଓଡ଼ିଶା ଭାରତ-ପାକିସ୍ତାନ ଏବଂ ଭାରତ-ବାଂଲାଦେଶ ସୀମାରେ ବିଏସଏଫ ସହିତ ସୀମା ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ କେନ୍ଦ୍ର...

ଭାରତ-ପାକିସ୍ତାନ ଏବଂ ଭାରତ-ବାଂଲାଦେଶ ସୀମାରେ ବିଏସଏଫ ସହିତ ସୀମା ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ

1376

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ଗତକାଲି ବିଏସଏଫ କମାଣ୍ଡ ଏବଂ କ୍ଷେତ୍ରୀୟ ମୁଖ୍ୟାଳୟ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଭାରତ-ପାକିସ୍ତାନ ଏବଂ ଭାରତ-ବାଂଲାଦେଶ ସୀମାରେ ସୀମା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଶ୍ରୀ ଅମିତ ଶାହ। ସେ ନିର୍ଦ୍ଦେଶ ଦେଇ କହିଥିଲେ ଯେ କୋଭିଡ-୧୯ ସମ୍ପର୍କରେ ସୀମାବର୍ତ୍ତୀ କ୍ଷେତ୍ରରେ କୃଷକମାନଙ୍କୁ ସଚେତନ କରାଯିବା ଉଚିତ ଏବଂ ଏସବୁ କ୍ଷେତ୍ରରେ ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ସୀମାରେ ଥିବା ତାରବାଡ଼ ନିକଟକୁ ଯେପରି ଲୋକମାନେ ଅଜାଣତରେ ଚାଲିନଯାଆନ୍ତି ସେଥିପ୍ରତି ଜିଲ୍ଲା ପ୍ରଶାସନ ସହିତ ମିଶି ବିଏସଏଫ ଦୃଷ୍ଟି ଦେବା ଆବଶ୍ୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.