Home ଓଡ଼ିଶା ଭାରତ ଓ ନେପାଳ ମଧ୍ୟରେ ତୈଳ ପାଇପଲାଇନ ଶୁଭାରମ୍ଭ କଲେ ମୋଦି

ଭାରତ ଓ ନେପାଳ ମଧ୍ୟରେ ତୈଳ ପାଇପଲାଇନ ଶୁଭାରମ୍ଭ କଲେ ମୋଦି

230

ନୂଆଦିଲ୍ଲୀ,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓ ନେପାଳ ମଧ୍ୟରେ ତେଲ ପାଇପ୍‌ଲାଇନ୍‌ ଉଦ୍‌ଘାଟନ କରିଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସହ ଭିଡିଓ କନଫ୍ରେନ୍ସିଂ ଜରିଆରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୋଦି । ଏଣିକି ଭାରତରୁ ପାଇପ୍‌ ଲାଇନ ଯୋଗେ ତେଲ ଯିବ ନେପାଳ । ଏହି ପ୍ରକଳ୍ପକୁ ଦକ୍ଷିଣ ଏସିଆର ପ୍ରଥମ କ୍ରସ-ବର୍ଡର ପେଟ୍ରୋଲିୟମ ଉତ୍ପାଦନ ପାଇପ୍‌ ଲାଇନ୍‌ ବୋଲି କୁହାଯାଉଛି ।

ଏହି ଅବସରରେରେ ମୋଦି ଭାରତ-ନେପାଳ ମଧ୍ୟରେ ଥିବା ସମ୍ପର୍କକୁ ମନେ ପକାଇଛନ୍ତି । ମୋଦି କହିଛନ୍ତି ଯେ, 2015ର ବିନାଶକାରୀ ଭୂ-କମ୍ପ ପରେ ନେପାଳ ପୁନଃ ନିର୍ମାଣର ନିଷ୍ପତ୍ତି ନେଇଥିଲା । ସେହି ସମୟରେ ପଡୋଶୀ ଦେଶ ଭାରତ ନିକଟତମ ବନ୍ଧୁ ହିସାବରେ ତା’ର ପୂର୍ଣ୍ଣ ସହଯୋଗ ପାଇଁ ଆଗେଇ ଆସିଥିଲା । ନେପାଳର ଗୋରଖା ଏବଂ ନୁବାକୋଟ ଜିଲ୍ଲାରେ ଉଭୟପକ୍ଷର ସହଯୋଗ ଯୋଗୁଁ ପୁଣି ଥରେ ଘର ନିର୍ମାଣ ହୋଇ ପାରିଛି । ଲାଗୁଛି ସତେ ଯେମିତି ସାଧାରଣ ଜନତାଙ୍କ ମୁଣ୍ଡ ଗୁଞ୍ଜିବାକୁ ଛାତ ତିଆରି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.