Home ଜିଲ୍ଲା ପରିକ୍ରମା ଭଦ୍ରକ : ୭ ଜଣ ଯୁବତୀ ଉଦ୍ଧାର

ଭଦ୍ରକ : ୭ ଜଣ ଯୁବତୀ ଉଦ୍ଧାର

241

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରେଲ୍‌ୱେ ଷ୍ଟେସନରୁ ସୋସାଇଟି ଫର୍ ଉଇକର କମ୍ୟୁନିଟି (ଆସିଆନା) ର କର୍ମକର୍ତ୍ତାଙ୍କ ଦ୍ୱାରା ୭ ଜଣ ଯୁବତୀ ଉଦ୍ଧାର ହୋଇଛନ୍ତି । ପ୍ରକାଶ ଥାଉକି କୌଣସି ଏକ ଅଜଣା ସୂତ୍ରରୁ ଆସିଆନା ସଂପାଦିକା ସୋଫିଆ ସେଖ୍‌ଙ୍କ ପାଖକୁ ଖବର ଆସିଲା ଯେ କିଛି ଯୁବତୀ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି । ସଂପାଦିକାଙ୍କ ନିର୍ଦ୍ଦେଶରେ ଆସିଆନା ସଂଯୋଜକ ରିଆଜ ଅହେମ୍ମଦଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ରେଲ୍‌ୱେ ଷ୍ଟେସନରେ ପହଞ୍ôଚ ଜିଆରପି ପୁଲିସ୍ ସହଯୋଗରେ ଯୁବତୀମାନଙ୍କୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ଆସିଆନା ପରାମର୍ଶଦାତ୍ରୀ ଅନିମା ପଣ୍ଡାଙ୍କ କାଉନ୍‌ସେଲିଂରେ ଜଣାଗଲା ଯେ ସୋମନେ ଆନ୍ଧ୍ରପ୍ରଦେଶର ଦେବୀ ଚିଙ୍ଗୁଡି କଂପାନୀକୁ କାମ କରିବାକୁ ଯାଉଥିଲେ । ଏଥିମଧ୍ୟରୁ ୫ ଜଣ ଆଗରୁ ସେଠାରେ କାମ କରୁଥିବା ବେଳେ ଅନ୍ୟ ୨ ଜଣ ନୂତନ ଭାବେ କାମରେ ଯୋଗ ଦେବାକୁ ଯାଉଥିଲେ । ଏମାନଙ୍କ ମଧ୍ୟରୁ ୪ ଜଣ ଖଇରା ଥାନା ଅନ୍ତର୍ଭୁକ୍ତ ଥିବାବେଳେ ଅନ୍ୟ ୩ ଜଣ ଔପଦା, ସିମୁଳିଆ ଓ ଆଗରପଡା ଥାନା ଅଂଚଳରେ ଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ମେହରୁନ୍ ନିଶା , ରମାକାନ୍ତ ଯେନା, ଶାନ୍ତିଲତା ସ୍ୱାଇଁ ଓ ବିକାଶ ରାଉତ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.