Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କ କୋବିଡ଼୍ କେୟାର ସେଣ୍ଟର ଓ ହସ୍‌ପିଟାଲ ପରିଦର୍ଶନ

ଜିଲ୍ଲାପାଳଙ୍କ କୋବିଡ଼୍ କେୟାର ସେଣ୍ଟର ଓ ହସ୍‌ପିଟାଲ ପରିଦର୍ଶନ

115

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଡ. ଜ୍ଞାନ ଦାସ ଆଜି ଜିଲ୍ଲାର ବିଭିନ୍ନ କୋବିଡ କେୟାର ସେଣ୍ଟର, ଟିଏମ୍‌ସି ଓ ଜିଲ୍ଲା କୋବିଡ ହସ୍‌ପିଟାଲ ପରିଦର୍ଶନ କରି ଅନ୍ତେବାସୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ବିଶେଷ ଭାବେ ଜିଲ୍ଲା କୋବିଡ ହସ୍‌ପିଟାଲରେ ଚିକିତ୍ସାଧୀନ ଥିବା ଆକ୍ରାନ୍ତଙ୍କ ଖାଦ୍ୟପେୟ ସଂପର୍କରେ ପଚାରି ବୁଝିବା ସହିତ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରନ୍ଧାଖାଦ୍ୟକୁ ମଧ୍ୟ ଦେଖିଥିଲେ । ଜିଲ୍ଲାପାଳ ଡ. ଦାସ ଓଲଙ୍ଗ ସ୍ଥିତ କୋବିଡ କେୟାର ସେଣ୍ଟରକୁ ଯାଇ ସେଠାକାର ପରିବେଶ ଦେଖି ବେଶ୍ ସନ୍ତୋଷ ପ୍ରକଟ କରିଥିଲେ । ଧାମନଗର ଦୋବଲ ମୁସ୍‌ଲିମ୍‌ସାହିର ଜଣେ ସଂଖ୍ୟାଲଘୁ ଅଙ୍ଗନୱାଡି କର୍ମୀ ସକିଲା ବେଗମ ଓ ତାଙ୍କ ପରିବାର ସଦସ୍ୟ ମାସ୍କ ତିଆରି କରି ଗରିବ ଲୋକଙ୍କୁ ମାଗଣାରେ ବଣ୍ଟନ କରୁଥିବା ନେଇ ସନ୍ତୋଷ ପ୍ରକଟ କରିଥିଲେ । ଜିଲ୍ଲାପାଳ ଡ. ଦାସ ଜିଲ୍ଲାର ସମସ୍ତ ଟିଏମସି, କୋବିଡ କେୟାର ସେଣ୍ଟରରେ ରହୁଥିବା ଅନ୍ତେବାସୀମାନଙ୍କର ଯେପରି କୌଣସି ଅସୁବିଧା ନ ହେଉ, ସେ ନେଇ ନୋଡାଲ ଅଫିସରମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ସହିତ ଅତିରକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜନସ୍ୱାସ୍ଥ୍ୟ, ସରପଞ୍ଚ, ବିଡିଓ ମଧ୍ୟ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.