Home ଓଡ଼ିଶା ବୟୋଶ୍ରେଷ୍ଠ ସମ୍ମାନ ପାଇଁ ନାମାଙ୍କନ ପଠାଇବାର ଶେଷ ତାରିଖ ମେ ୩୧

ବୟୋଶ୍ରେଷ୍ଠ ସମ୍ମାନ ପାଇଁ ନାମାଙ୍କନ ପଠାଇବାର ଶେଷ ତାରିଖ ମେ ୩୧

416

ନୂଆ ଦିଲ୍ଲୀ ୨୦-୫ (ଓଡ଼ିଆ ପୁଅ) ବ୍ୟକ୍ତି ଓ ଅନୁଷ୍ଠାନ ନିମନ୍ତେ ବରିଷ୍ଠ ନାଗରିକ ୨୦୧୯ ଜାତୀୟ ପୁରସ୍କାର- ବୟୋଶ୍ରେଷ୍ଠ ସମ୍ମାନ ଲାଗି ନାମାଙ୍କନ ପତ୍ର ପଠାଇବାର ଶେଷ ତାରିଖ ରହିଛି ୨୦୧୯ ମେ ୩୧। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଏହି ପୁରସ୍କାର ପାଇଁ ୨୦୧୯ ଏପ୍ରିଲ ୧୭ରେ ନାମାଙ୍କନ ଆହ୍ୱାନ କରିଥିଲା।

ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ ଏବଂ ସ୍ୱାୟତ ସଂସ୍ଥା, ରାଜ୍ୟ ସରକାର ଓ ବିଭିନ୍ନ କେନ୍ଦ୍ରଶାସିତ ଅଂଚଳମାନଙ୍କର ପ୍ରଶାସନ ଉପଯୁକ୍ତ ବ୍ୟକ୍ତି କିମ୍ବା ଅନୁଷ୍ଠାନଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରିପାରିବେ। ଯୋଗ୍ୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ମେ ୩୧ ପୂର୍ବରୁ ଏହି ପୁରସ୍କାର ପାଇଁ ନାମାଙ୍କନ ପତ୍ର ପଠାଇ ପାରିବେ।

ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଆନ୍ତର୍ଜାତିକ ଦିବସ ପାଳନର ଅଂଶବିଶେଷ ସ୍ୱରୂପ ପ୍ରତିବର୍ଷ ଅକ୍ଟୋବର ୧ରେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ବିଶେଷ ସେବା ପ୍ରଦାନ କରୁଥିବା ପ୍ରଖ୍ୟାତ ବରିଷ୍ଠ ନାଗରିକମାନଙ୍କୁ ଜାତୀୟ ପୁରସ୍କାର-ବୟୋଶ୍ରେଷ୍ଠ ସମ୍ମାନ ପ୍ରଦାନ କରିଆସୁଛି। ଅକ୍ଟୋବର ୧ରେ ପ୍ରତିବର୍ଷ ଭାରତର ରାଷ୍ଟ୍ରପତି ଏହି ଜାତୀୟ ପୁରସ୍କାର ପ୍ରଦାନ କରିଥା’ନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.