Home ଓଡ଼ିଶା ବ୍ରାହ୍ମଣୀ ଦେବୀ କ୍ଲବ ୨୦୨୧ ରାତ୍ରିକାଳୀନ ଭଲି ଖେଳରେ ଇଟାମାଟି ଚମ୍ପିୟାନ

ବ୍ରାହ୍ମଣୀ ଦେବୀ କ୍ଲବ ୨୦୨୧ ରାତ୍ରିକାଳୀନ ଭଲି ଖେଳରେ ଇଟାମାଟି ଚମ୍ପିୟାନ

27

ନୟାଗଡ/୯/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ଗ୍ରାମପଞ୍ଚାୟତ ଲତାର ବ୍ରାହ୍ମଣିଦେବୀ କ୍ଲବ ତରଫରୁ ଲତାର କପ୍ ବିଶ୍ୱଜିତ ମେମୋରିୟାଲ ରାତ୍ରିକାଳୀନ ଭଲି ବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ୪ଗୋଟି ଟିମ୍ ଭୂବନେଶ୍ୱର ,ଇଟାମାଟି,ଶୋରଣ ଓ ବାମଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ରାଉଣ୍ଡୁ ରୋବିନ୍ ମ୍ୟାଚ୍ ୪ ଦଳ ପରଷ୍ପରକୁ ଭେଟିଥିଲେ । ଶେଷରେ ଶୋରଣ ଓ ଇଟାମାଟି ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଇଟାମାଟି ଦଳ ଚମ୍ପିୟାନ ହୋଇଥିବା ବେଳେ ଶୋରଣ ରନର୍ସ ଭାବେ ବିବେଚିତ ହୋଇଥିଲା । ମୁଖ୍ୟ ଅତୀଥି ଭାବେ ଯୁବ ନେତା ଇଂ ଦେବାଶୀଷ୍ ପଟ୍ଟନାୟକ ଚମ୍ପିୟାନ ଦଳ ଇଟାମାଟି କୁ ଚମ୍ପିୟାନ ଟ୍ରଫି ସହ ନଗଦ ୭ହଜାର ୫ ଶହ ଟଙ୍କା ପ୍ରଦାନ କରିଥିଲେ । ସେହିଭଳି ଭାବରେ ରନର୍ସ ଶୋରଣ ଦଳ କୁ ରନର୍ସ ଟ୍ରଫି ସହ ୫ହଜାର ଟଙ୍କା ନଗଦ ଆକାରରେ ପ୍ରଦାନ କରିଥିଲେ  । ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ଇଟାମାଟି ଦଳ ର ପିଣ୍ଟୁ କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରାଯାଇଥିଲା । ଶହ ଶହ ସଂଖ୍ୟକ ଦର୍ଷକ ଏହି ଖେଳ କୁ ରାତି ସାରା ଉପଭୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.