Home ଜିଲ୍ଲା ପରିକ୍ରମା ବୁଲା ଗୋରୁଙ୍କର ଆଡ୍ଡା ପାଲଟିଛି ମୁଖ୍ୟ ରାସ୍ତା

ବୁଲା ଗୋରୁଙ୍କର ଆଡ୍ଡା ପାଲଟିଛି ମୁଖ୍ୟ ରାସ୍ତା

169

ବାହାନଗା,୨୮ା୬(ଭାରତୀ ଦାସ / ଓଡ଼ିଆ ପୁଅ ) : କରୋନା ମହାମାରୀ କୁ ରୋକିବା ପାଇଁ ରାଜ୍ୟ ସରକାର ସପ୍ତାହରେ ଦୁଇ ଦିନ ସଟଡାଉନ କରିଛନ୍ତିା କଟକଣାକୁ ମାନି ବହୁ ଲୋକ ମାନେ ଘରେ ରହୁ ଛନ୍ତି । ବାହାରକୁ ବାହାରୁ ନାହାନ୍ତି । ଫଳରେ ରାସ୍ତା ଘାଟ ଫାଙ୍କା ଫାଙ୍କା ରହୁଛି । ଏହି ସୁଯୋଗରେ ବୁଲା ଗୋରୁ ମାନଙ୍କର ମୁଖ୍ୟ ରାସ୍ତା ଆଡ୍ଡା ସ୍ଥଳୀ ପାଲଟି ଯାଇଛି । ଏମିତି ଏକ ଘଟଣା ଦେଖିବାକୁ ବାକୁ ମିଳୁଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ବଜାରର ମୁଖ୍ୟ ରାସ୍ତାରେ । ଗୋରୁ ଗୁଡ଼ିକ ମାଲିକ ମାନେ ଲକ ଡାଉନରେ ନରଖି ପଦାକୁ ଛାଡ଼ି ଦେଉଛନ୍ତି । ଫଳରେ ଗୋରୁ ଗୁଡ଼ିକ ନିଜ ଘରକୁ ନ ଯାଇ ସବୁବେଳେ ରାସ୍ତାରେ ଆଡ୍ଡା ଜମାଇଥିବାର ଦେଖା ଯାଉଛି । ତେବେ ଲକ ଡାଉନ ପରେବି ମଧ୍ୟ ଗୋରୁ ମାନେ ଏମିତି ରାସ୍ତାରେ ଗୋଠ ମାରି ଛିଡା ହୋଇଥିବାର ଦେଖା ଯାଇ ଥାନ୍ତି । ଫଳରେ ଯାତାୟତରେ ବହୁ ବାଧା ଉପୁଝି ଥାଏ । ଅଧିକାଂଶ ପଥଚାରୀ ଗାଡ଼ି ନେଇ ଂଯାଉଥିବା ବେଳେ ଦୁର୍ଘଟଣା ମଧ୍ୟ ଘଟି ଖଣ୍ଡିଆ ଖାବରା ହୋଇ ଥାନ୍ତି । ଏଥି ପାଇଁ ପ୍ରଶାସନ ତରଫରୁ ଗୋରୁ ମାଲିକ ମାନଙ୍କୁ ସତର୍କ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.