Home ଜିଲ୍ଲା ପରିକ୍ରମା ବିଶ୍ୱ ଗଣତାନ୍ତ୍ରିକ ଦିବସରେ ସି.ପି.ଆଇ. (ଏମ୍‌)ର ବିକ୍ଷୋଭ

ବିଶ୍ୱ ଗଣତାନ୍ତ୍ରିକ ଦିବସରେ ସି.ପି.ଆଇ. (ଏମ୍‌)ର ବିକ୍ଷୋଭ

102

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିପିଆଇ(ଏମ୍‌) ର ନେତା ଓ ଶିକ୍ଷାବିତ୍‌ମାନଙ୍କ ନାମରେ ମିଥ୍ୟା କେଶ୍ ରୁଜୁ ହେବା ପ୍ରତିବାଦରେ ଆଜି ଭଦ୍ରକରେ ଦଳ ପକ୍ଷରୁ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଦଳର ନେତା ଦିବ୍ୟସିଂହ ନାୟକ, ପ୍ରହଲ୍ଲାଦ ପତି, ବିନୋଦ ସାହୁ, ନିରଂଜନ ପାଣି, ସେକ୍ କମର, ସେକ୍ ସିକୁ, ମଣ୍ଟୁ ମୁଣ୍ଡା, ଗିରିଧାରୀ ନାଥ, ପ୍ରଫୁଲ୍ଲ ପାଢୀ, ପ୍ରଭାସ ମହାପାତ୍ର, ମୁକ୍ତିକାନ୍ତ ବାରିକ, ରୋଜ୍ ଗୁପ୍ତା, ପୂର୍ଣ୍ଣଚନ୍ଦ୍ର ଦାସ, ଇରଫାନ ଖାଁ, ରାଧା ଦାସ ଓ ରବି ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଭଦ୍ରକ ସହରର ବନ୍ତଛକ ବସ୍‌ଷ୍ଟାଣ୍ଡ ଠାରେ ସିପିଆଇ(ଏମ୍‌) ର ସାଧାରଣ ସଂପାଦକ ସୀତାରାମ ଇଚୁରୀ ଓ ଶିକ୍ଷାବିତ୍ ଯୋଗେନ୍ଦ୍ର ଯାଦବ, ଜୟନ୍ତୀ ଘୋଷ ଓ ବହୁ ବୁଦ୍ଧିଜୀବୀଙ୍କୁ ଦିଲ୍ଲୀ ପୁଲିସ୍ ମିଥ୍ୟା ମୋକଦ୍ଦମାରେ ଜଡିତ କରିଥିବା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥି ଉପଲକ୍ଷେ ଆୟୋଜିତ ପ୍ରତିବାଦ ସଭାରେ ଦଳୀୟ ନେତାମାନେ ନିଜ ବକ୍ତବ୍ୟରେ ଗତ ଫେବୃୟାରୀ ୨୨ ଓ ୨୩ ତାରିଖରେ ଦିଲ୍ଲୀରେ ଦଙ୍ଗାକାରୀ ବିଜେପି ଓ ଆରଏସ୍‌ଏସ୍ ନେତୃତ୍ୱକୁ ପୁଲିସ୍ ଗିରଫ ନକରି ଦେଶର ଗଣତନ୍ତ୍ର, ସମ୍ବିଧାନ ଓ ସଂହତି ରକ୍ଷା କରିବା ପାଇଁ ଲଢେଇ କରୁଥିବା ପ୍ରବୀଣ କମ୍ୟୁନିଷ୍ଟ ନେତା ସୀତାରାମ ଇଚୁରୀ, ଯୋଗେନ୍ଦ୍ର ଯାଦବ, ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଅପୂର୍ବାନନ୍ଦ ଓ ସ୍ତମ୍ଭକାର ତଥା ଅର୍ଥନୈତିଜ୍ଞ ଜୟନ୍ତୀ ଘୋଷ ଓ ରାହୁଲ ରାଏଙ୍କ ନାମରେ ମିଥ୍ୟା ମୋକଦ୍ଦମା ଉଠାଇବା ପାଇଁ ଦାବି କରିଥିଲେ । ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ଦିବ୍ୟସିଂହ ନାୟକ ନିଜ ବକ୍ତବ୍ୟରେ ଅତୀତରେ ଜର୍ମାନ ସଂସଦକୁ ନିଜେ ନିଆଁ ଲଗାଇଦେଇ ହିଟଲର ଯେଭଳି କମ୍ୟୁନିଷ୍ଟ ଇଣ୍ଟରନେସନାଲର ସଂପାଦକ ଡିମିଟ୍ରଭ ଏହି କାର୍ଯ୍ୟ କରିଥିବାର ମିଥ୍ୟା ପ୍ରଚାର କରିଥିଲେ, ସେହିଭଳି ଭାରତରେ ମୋଦି ସରକାର ଓ ତାଙ୍କ ବିଜେପି ଦଳ ନିଜେ ଦଙ୍ଗା ସୃଷ୍ଟି କରି କୋଳି ଖାଇ ଅନ୍ୟମୁଣ୍ଡରେ ଅଠା ବୋଳି ଦେଉଥିବାର ଅଭିଯୋଗ କରିଥିଲେ । ତେଣୁ ଦେଶର ଗଣତନ୍ତ୍ର, ଫଣ୍ଡାମେଣ୍ଟାଲ ରାଇଟସ୍‌, ସମ୍ବିଧାନ ସୁରକ୍ଷା ଉପରେ ଯେଉଁ ଆକ୍ରମଣ ହେଉଛି, ତାର ପ୍ରତିବାଦ କରିବା ପାଇଁ ସେ ଭଦ୍ରକ ଜିଲାବାସୀଙ୍କୁ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.