Home ଆନ୍ତର୍ଜାତୀୟ ବିରଳ ପ୍ରଜାତିର ବେଙ୍ଗ

ବିରଳ ପ୍ରଜାତିର ବେଙ୍ଗ

421

ନୂଆଦିଲ୍ଲୀ,୨୧/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):ବର୍ଷାଋତୁରେ ଆପଣ ଅନେକ ପ୍ରକାର ବେଙ୍ଗ ଦେଖୁଥିବେ । ସାଧାରଣ ଭାବେ ଆପଣ ଅତି କଷ୍ଟରେ ଅଧାକିଲୋରୁ ଏକ କିଲୋ ପର୍ଯ୍ୟନ୍ତ ଓଜନର ବେଙ୍ଗ ନିଶ୍ଚୟ ଦେଖିଥିବେ । କିନ୍ତୁ କେବେ ଆପଣ ତିନି କିଲୋ ଓଜନର ବେଙ୍ଗ ଦେଖିଛନ୍ତି କି ? ଏବେ ଆପଣ ଭାବୁଥିବେ ଯେ ତିନି କିଲୋ ଓଜନର ବେଙ୍ଗତ ନଥିବ ତାହେଲେ ଦେଖିବେ କିପରି ? ଆଜ୍ଞା ହଁ ଏପରି ଏକ ବିରଳ ପ୍ରଜାତିର ବେଙ୍ଗ ଦେଖାଯାଇଛି ଆଫ୍ରିକାରେ । ଏଠାରେ ଗୋଲିପଥ ନାମକ ଏକ ପ୍ରଜାତିର ବେଙ୍ଗ ଦେଖିବାକୁ ମିଳିଛି ଯାହାର ଓଜନ ତିନି କିଲୋରୁ ମଧ୍ୟ ଅଧିକ ।

ଗୋଲିପଥ ପ୍ରଜାତିର ବେଙ୍ଗ ଏକ ବିସ୍ମୟ ଅଟେ । ବର୍ଲିନର ନାଚୁରାଲ ହିଷ୍ଟ୍ରୀ ମ୍ୟୁଜିୟମ ଦ୍ୱାରା କରାଯାଇଥିବା ଗବେଷଣାରେ ଏହି ବିରଳ ପ୍ରଜାତି ବେଙ୍ଗ ବିଷୟରେ ଅନେକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଗବେଷଣାରୁ ଜଣାପଡିଛି ଯେ ଏହି ସ୍ୱତନ୍ତ୍ର ପ୍ରଜାତି ରହିବା ପାଇଁ ନିଜେ ଏକ ଛୋଟ ପୋଖରୀ ବନାଇଥାନ୍ତି ଏବଂ ସେହି ପୋଖରୀ ବନାଇବା ସମୟରେ ସେମାନେ ଦୁଇ ଦୁଇ କିଲୋ ଓଜନର ପଥର ହଟାଇବାକୁ ମଧ୍ୟ ସକ୍ଷମ ଅଟନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.