Home ଓଡ଼ିଶା ବିଧାୟକଙ୍କ ନାମରେ ଫେକ ଆଇଡି ଖୋଲି ଠକେଇ ଉଦ୍ୟମ

ବିଧାୟକଙ୍କ ନାମରେ ଫେକ ଆଇଡି ଖୋଲି ଠକେଇ ଉଦ୍ୟମ

358

ଭୁବନେଶ୍ଵର,୦୭/୧୦,(ଓଡ଼ିଆ ପୁଅ ପି ନାଏକ): ବିଧାୟକଙ୍କ ନାମରେ ଫେକ ଆଇଡି ଖୋଲି ଠକେଇ ଉଦ୍ୟମ । ଏଭଳି ଉଦ୍ୟମ କରି ଶେଷରେ ଗିରଫ ହୋଇଛନ୍ତି ଯୁବକ । ତେବେ ବିଧାୟକ ସରୋଜ ମେହେରଙ୍କ ନାମରେ ଫେକ ଆଇଡି ଖୋଲି ବଲାଙ୍ଗିରର ଜଣେ ଯୁବକ ଠକିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ହାବୁଡ଼ରେ ଧରା ପଡିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଉକ୍ତ ଯୁବକ ଜଣକ ପାଟଣାଗଡର ଦଶମତୀ ମୋବାଇଲ ଦୋକାନର ମାଲିକଙ୍କୁ ମେସେଞ୍ଜରରେ ଏକ ମୋବାଇଲ ପଠାଇବାକୁ ମେସେଜ କରିଥିଲା । ଏନେଇ ସେ ବିଧାୟକ ସରୋଜ ମହେରେଙ୍କୁ ଭେଟି ଜଣାଇବାରୁ ତାହା ଫେକ ଆଇଡି ବୋଲି ଜଣାପଡିଥିଲା । ଏନେଇ ପୁଲିସକୁ ଜଣାଇବା ପରେ ବିଧାୟକଙ୍କ ନାମେର ଫେକ ଆଇଡି ଖୋଲିଥିବା ଠକକୁ ଗିରଫ କରିବାକୁ ଯୋଜନା ହୋଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.