Home ଜିଲ୍ଲା ପରିକ୍ରମା ବିଦେଶୀ ମଦ ବୋଝେଇ ଟ୍ରକରୁ ଲୁଟିଲେ ଦୁର୍ବୁତ୍ତ

ବିଦେଶୀ ମଦ ବୋଝେଇ ଟ୍ରକରୁ ଲୁଟିଲେ ଦୁର୍ବୁତ୍ତ

65

ବାହାନଗା,୧୩ା୧ (ଭାରତୀ ଦାସ / ଓଡ଼ି ପୁଅ): ବାଲେଶ୍ୱର ଜିଲ୍ଲା ସେରଗଡ଼ ଫାଣ୍ଡି ଅଧିନ ଖାନନଗର ସ୍ଥିତ ମଦ ନିଗମକୁ ଆସିଥିବା ଏକ ମଦ ବୋଝେଇ ଟ୍ରକରୁ ଲୁଟେରା ମାନେ ମଦ ଲୁଟି ନେଇ ଥିବାର ଜଣାପଡ଼ିଛି । ଏବାବଦରେ ଅଭିଯୋଗ ସେଗଡ଼ ଫାଣ୍ଡି ହୋଇ ଥିବାର ଜଣାପଡ଼ିଛି । ଅଭିଯୋଗ ପାଇ ସେରଗଡ଼ ପୋଲିସ ତନାଘନା କରୁଛି । ସୂଚନା ଅନୁସାରେ ରବିବାର ଦିନ ଏକ ମଦ ବୋଝେଇ ଟ୍ରକ ଭୂବନେଶ୍ୱର ସ୍ଥିତ ପାତ୍ରପଡ଼ାରୁ ଖାନ ନଗରକୁ ପେରନୁତ ରିଚାଡ଼ ଇଣ୍ଡିଆ କମ୍ପାନୀର ୯ଶହ ପେଟି ମଦ ଭୋଲେଶଙ୍କର ଲଜିଷ୍ଟକ ଟ୍ରନ୍ସପୋର୍ଟର (ଓଆର ୦୫ଏକ୍ସ- ୦୩୩୧) ରେ ପ୍ରଫୁଲ୍ଲ ପାତ୍ର ନିଜ ଟ୍ରକରେ ଆଣି ଥିଲୋ ଆଣି ତାକୁ ଶିବଦୁର୍ଗା ପାର୍କିଂ ରେ ଦେୟ ଦେଇ ରଖି ଥିଲେ । ଛୁଟି ଦିନ ଥିବାରୁ ତାହା କମମ୍ପାନୀରେ ଖାଲି ହୋଇ ପାରି ନଥିଲା । ଫଳରେ ସେହିଦିନ ରାତିରେ ସେଥିରୁ ଲୁଟେରା ୧୦ ପେଟି ମଦ ଲୁଟି ନେଇ ଥିବାର ଅଭିଯୋଗ ହୋଇଛି । କିନ୍ତୁ ଲୁଟେରାଙ୍କ ପତ୍ତା ମିଳି ନଥିବାର ଜଣାପଡ଼ିଛି । ଏମିତି ଘଟଣା ଆଗରୁ ଘଟିଛି । କିନ୍ତୁ ଲୁଟେରା ଏଯାବତ ଧରାପଡ଼ି ନଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.