Home ଓଡ଼ିଶା ବିଜେପୁର ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ବିଜେପୁର ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

118

ଭୁବନେଶ୍ଵର,୨୩/୦୯,(ଓଡ଼ିଆ ପୁଅ ପି ନାଏକ): ବିଜେପୁର ଉପନିର୍ବାଚନ ବିଗୁଲ୍ ବାଜିଛି । ଘୋଷଣା ହେଲା ବରଗଡ଼ ବିଜେପୁର ବିଧାନସଭା ଉପନିର୍ବାଚନ ତାରିଖ । ଅକ୍ଟୋବର ୨୧ରେ ହେବ ବିଜେପୁର ଉପନିର୍ବାଚନ । ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ସେପ୍ଟେମ୍ବର ୩୦ । ଅକ୍ଟୋବର ୧ ତାରିଖରେ ନାମାଙ୍କନ ପତ୍ର ଯାଂଚ କରାଯିବ ।

ବିଜେପୁର ଉପନିର୍ବାଚନ ନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏଥିସହ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଆସନ୍ତା ୩୦ ତାରିଖ ଯାଏଁ ଚାଲିବ । ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୩ ତାରିଖ ରହିଛି । ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ୨୪ରେ ଭୋଟ୍ ଗଣତି ହେବ । ୨୭ ଅକ୍ଟୋବର ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ସିଇସି ଘୋଷଣା କରିଛନ୍ତି। ସେପଟେ ବିଜେପୁର ଉପ ନିର୍ବାଚନ ପାଇଁ ସବୁ ଦଳ ଭୋଟ୍‌ ପାଇଁ ଅଣ୍ଟା ଭିଡ଼ିଲେଣି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.