Home ଜିଲ୍ଲା ପରିକ୍ରମା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଭୁବନେଶ୍ଵର ଆଗମନକୁ ନେଇ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ନବରଙ୍ଗପୁରରୁ...

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଭୁବନେଶ୍ଵର ଆଗମନକୁ ନେଇ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ନବରଙ୍ଗପୁରରୁ ଗଲା ୪ଟି ବସ୍

26

ନବରଙ୍ଗପୁର ୨୯-୯ (ଓଡ଼ିଆ ପୁଅ) ରାଷ୍ଟୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗ ଦେବା ନିମନ୍ତେ ସର୍ବମୋଟ ୧୨ ଗୋଟି ବସ୍ ଓ ୩୦ ରୁ ଉର୍ଦ୍ଧ୍ବ ଚାରିଚକିଆ ଯାନରେ ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ କର୍ମକର୍ତ୍ତା ଯାତ୍ରା ଆରମ୍ଭ କରିଛନ୍ତି। ତନ୍ମଧ୍ୟରୁ ୪ଗୋଟି ବସ୍ ରେ ନବରଙ୍ଗପୁର ବିଧାନ ସଭା ମଣ୍ଡଳର କର୍ମକର୍ତ୍ତା ନବରଙ୍ଗପୁର ମାଁ ଭଣ୍ଡାରଘରଣୀଙ୍କ ପୀଠରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଯାତ୍ରା ଆରମ୍ଭ କରିଥିବା ଜଣାଯାଏ। ବିଶେଷ ଭାବେ ଏ କାର୍ଯ୍ୟକ୍ରମ ରେ ଶକ୍ତି କେନ୍ଦ୍ର ପ୍ରମୁଖ, ସହ ପ୍ରମୁଖ, ପ୍ରଭାରୀ, ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ଓ ପ୍ରଭାରୀ ସହ ଭାରତୀୟ ଜନତା ପାର୍ଟି ଜିଲ୍ଲା ନେତୃ ବୃନ୍ଦ ସଭାପତି ଶ୍ରୀ ଜଗଦୀଶ ବିଷୋୟୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀଶଙ୍କର ମାଝୀଙ୍କ ନେତୃତ୍ବରେ ଓ ଶ୍ରୀ ଦେବଦାସ ମହାଙ୍କୁଡ, ଶ୍ରୀଧର ପାତ୍ର, ଶ୍ରୀମତୀ ଶର୍ମିଷ୍ଟା ଦେଓଙ୍କ ସହଯୋଗିତାରେ ଯାତ୍ରା ଆରମ୍ଭ କରିଥିବା ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.