Home ଓଡ଼ିଶା ବିଜେଡି ଶାସନରେ ନାବାଳିକା ଓ ମହିଳା ସବୁଠୁ ଅଧିକ ନିର୍ଯ୍ୟାତିତା: ମହିଳାମୋର୍ଚ୍ଚା

ବିଜେଡି ଶାସନରେ ନାବାଳିକା ଓ ମହିଳା ସବୁଠୁ ଅଧିକ ନିର୍ଯ୍ୟାତିତା: ମହିଳାମୋର୍ଚ୍ଚା

128

ରାଜ୍ୟରେ ବୃଦ୍ଧି ପାଇଥିବା ଦୁର୍ଷ୍କମ ବିରୁଦ୍ଧରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର, ତା.୨୪/୦୭ (ଓଡ଼ିଆ ପୁଅ) : ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ମହିଳା ବିରୋଧୀ। ଏଠି ମହିଳାଙ୍କୁ ସୁରକ୍ଷା ନୁହେଁ ବରଂ ସବୁ ସମୟରେ ସେମାନଙ୍କୁ ଅପମାନିତ ଓ ଅସମ୍ମାନିତ କରାଯାଉଛି। ଖୋଦ୍ ଶାସକ ଦଳ ନେତାଙ୍କ ଛତ୍ରଛାୟା ତଳେ ରହି ଅପରାଧୀମାନେ ମହିଳାଙ୍କ ସହ ଦୁର୍ଷ୍କମ କରିଚାଲିଛନ୍ତି। ପ୍ରତିଦିନ ନାବାଳିକା ଓ ମହିଳାଙ୍କ ସହ ଦୁର୍ଷ୍କମ ହେବା ଘଟଣା ବିଭିନ୍ନ ଖବରକାଗଜରେ ପ୍ରକାଶ ପାଉଛି। ରାଜ୍ୟରେ ମହିଳାମାନେ ଏବେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। କଠୋର ଆଇନର ଅଭାବ ଏବଂ ଶାସକ ଦଳ ନେତାଙ୍କ ପୃଷ୍ଠପୋଷକତାରେ ଅପରାଧୀମାନେ ନିର୍ଭିକ ଭାବେ ଅପରାଧ ଘଟାଇ ଚାଲିଛନ୍ତି। ସବୁ ସମୟରେ ଶାସକ ଦଳ ମହିଳାଙ୍କୁ ଏକ ବସ୍ତୁ ଭାବି ବ୍ୟବହାର କରି ଚାଲିଛି। ମୁଖ୍ୟମନ୍ତ୍ରୀ ଖୋଦ୍ ଗୃହ ବିଭାଗର ମୁଖ୍ୟ ଥାଇ ବି ଦୁର୍ଷ୍କମ ପୀଡିତା ମହିଳା ତଥା ତାଙ୍କ ପରିବାରଙ୍କୁ ନ୍ୟାୟ ଦେଇ ପାରୁନାହାଁନ୍ତି। ଦୀର୍ଘ ୨୦ ବର୍ଷ ବିଜେଡି ଶାସନରେ ନାବାଳିକା ଓ ମହିଳା ଅଧିକ ନିର୍ଯ୍ୟାତିତା ହୋଇଛନ୍ତି। ଏହାର ପ୍ରତିବାଦରେ ଆଜି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ମହିଳା ଏକାଠି ହୋଇ ମାଷ୍ଟର କ୍ୟାଟିଂନ ଠାରେ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିରୁଦ୍ଧରେ ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

୨୦୧୯ ଚଳିତ ବର୍ଷ ପ୍ରଥମ ୫ ମାସରେ ୯୩୭ଟି ଧର୍ଷଣ ମାମଲା ପଂଜୀକୃତ ହୋଇଛି ବୋଲି ଶାସକ ଦଳ ପକ୍ଷରୁ ବିଧାନସଭା ପ୍ରଶ୍ନର ଉତରରେ ରଖାଯାଇଛି। ବିଶେଷ କରି ରାଜ୍ୟରେ ନାବାଳିକାଙ୍କ ସହ ଦୁର୍ଷ୍କମ ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଏ ସଂର୍ପକରେ ଚିନ୍ତା ନକରି ବିଧାନସଭା ଗୃହରେ ଓଲଟା ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରହିଛି କହିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଓ ନିନ୍ଦନୀୟ। ସଦ୍ୟ ପୁରୀରେ ରଥଯାତ୍ରା ଚାଲିଥିବା ସମୟରେ ପୁରୀ ବସଷ୍ଟାଣ୍ଡରେ ଜଣେ ନାବାଳିକା ସହ ଦୁର୍ଷ୍କମ ହୋଇଥିଲା। ଚଳିତ ମାସ ୨୨ ତାରିଖ ଦିନ ସୁନ୍ଦରଗଡରେ ୩ ଜଣ ନାବାଳିକାଙ୍କ ସହ ଦୁର୍ଷ୍କମ ହୋଇଛି। ସେହିପରି ଚଳିତ ବର୍ଷ ପ୍ରଥମ ୩ ମାସରେ ୬୦୨ ଶିଶୁ ନିଖୋଜ ଥିଲେ। ସେମାନଙ୍କ ମଧ୍ୟରୁ ୫୦୨ ଜଣ ହେଉଛନ୍ତି ନାବାଳିକା। ଏବେ ସୁଦ୍ଧା ବି ୪୨୩ ଜଣ ନାବାଳିକାଙ୍କ ସନ୍ଧାନ ମିଳିନାହିଁ। ଏଥିରୁ ସ୍ପଷ୍ଟ ହେଉଛି କି ରାଜ୍ୟରେ ଗୃହ ବିଭାଗ ପକ୍ଷରୁ ଆୟୋଜନ ହୋଇଥିବା ପରୀ ସଚେତନତା କାର୍ଯ୍ୟକ୍ରମ ସଂପୂର୍ଣ୍ଣଭାବେ ଫେଲ ମାରିଛି। ମା’ କୁ ସମ୍ମାନର ନାରା ଦେଉଥିବା ସରକାର ଆଜି ମା’ମାନଙ୍କୁ ସୁରକ୍ଷା ଦେଇ ପାରୁନାହିଁ। କ୍ଷମତା ଲୋଭରେ ମୁଖ୍ୟମନ୍ତ୍ରୀ କେବଳ ଗାଦି ମାଡି ବସି କ୍ଷମତା ପୀପାସୁ ସାଜିଛନ୍ତି ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ଏହି ପ୍ରତିବାଦ ସଭାରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, କାନନବାଳା ପଟ୍ଟନାୟକ, ନିୟତିଗିରି, ରଶ୍ମିରେଖା ଦାସ, ସୋନାଲି ସାହୁ, ଇରାନୀ ରୟ, ମାନସୀ ମଂଜରୀ ରାୟ ପାଢୀଙ୍କ ସମେତ ଶତାଧିକ ମହିଳା ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.