Home Top News ବାଲଡ଼ା ଏସବିଆଇ ଏଟିଏମ ଲୁଟ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ, ବ୍ୟବହୃତ ଦୁଇ କାର ସମେତ...

ବାଲଡ଼ା ଏସବିଆଇ ଏଟିଏମ ଲୁଟ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ, ବ୍ୟବହୃତ ଦୁଇ କାର ସମେତ କମ୍ପ୍ୟୁଟର ମୋବାଇଲ ଜବତ

67

କୋରାପୁଟ : ୨୮/୨ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ସ୍ଥିତ ଏସବିଆଇ ଏଟିଏମ ଲୁଟ ଘଟଣାର ଦୁଇ ଅଭିଯୁକ୍ତକୁ ଗିରଫ କରିଥିବା କୋରାପୁଟ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୁନକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଛତିଶଗଡ଼ ରାୟପୁରର ପୁରାନୀ ବସ୍ତି ଥାନା ଦେବର ସିଟି ରେ ରହୁଥିବା ବିହାରର ଚପ୍ରା ଜିଲ୍ଲା ଧେମରି ଥାନା ପୀଢ଼ିଡିଆଗ୍ରାମର ନିଖିଳ କୁମାର ସିଂହ (୩୨) ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ହରିଆଣା ମେୱା ଜିଲ୍ଲା ତାଉଡୁ ଥାନା ଶିକାର ପୁର ଗ୍ରାମର ପଜଳ ଖାନ (୨୪)ବୋଲି ସୂଚନା ମିଳିଛି। ଲୁଟ ବେଳେ ବ୍ୟବହୃତ ଦୁଇଟି ଦାମୀ କାର ସମେତ କମ୍ପ୍ୟୁଟର ଓ ମୋବାଇଲ ଜବତ କରିଥିବା ବେଳେ ଏଥିରେ ସଂପୃକ୍ତ ଅନ୍ୟ ତିନିଜଣଙ୍କୁ ଖୁବ ଶୀଘ୍ର ଗିରଫ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି। ସୂଚନା ଥାଉକି ଗତ ୧୦ ତାରିଖ ବିଳମ୍ବିତ ରାତିରେ ବାଲଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଥିବା ଏସବିଆଇ ଏଟିଏମ ଭାଙ୍ଗି ଦୁର୍ବୃତ୍ତ ମାନେ ପ୍ରାୟ ୩୦ ଲକ୍ଷ ଟଙ୍କା ନେଇଥିବା ସିସିଏମ୍ ଅଧିକାରୀ ଶେଷବ୍ରତ ସାମଲ ପାଡୁଆଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ମାତ୍ରେ ସାଇଣ୍ଟିପିକ ଟିମ ସହ ନନ୍ଦପୁର ଏସ୍ଡିପିଓ ସଂଜୟ କୁମାର ମହାପାତ୍ର, ପାଡୁଆଥାନା ଅଧିକାରୀ ସବ୍ୟସାଚୀ ଶତପତି ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆରକ୍ଷୀ ଅଧିକ୍ଷକ ଅଭିନବ ସୁନାକର ଘଟଣା ସ୍ଥଳରେ ପରିଦର୍ଶନ କରିଥିଲେ। ଦୁବୃର୍ତ୍ତମାନେ କଟର ଓ ଲୁହଚଡରେ ଏଟିଏମ ଭାଙ୍ଗି ଟଙ୍କା ଲୁଟି ନେବା ପରେ ନିଆଁ ଲଗାଇ ଏଟିଏମ ପୋଡ଼ି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.