Home ଜିଲ୍ଲା ପରିକ୍ରମା ଜମିବାଡ଼ି ବିବାଦରୁ ଘରପୋଡ଼ି ଦେଇଥିବା ନେଇ ମାମଲା ରୁଜୁ

ଜମିବାଡ଼ି ବିବାଦରୁ ଘରପୋଡ଼ି ଦେଇଥିବା ନେଇ ମାମଲା ରୁଜୁ

34

ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ସୟା ପଞ୍ଚାୟତ ଅଧୀନ ବାଲିଚତୁରୀ ଡିଆଁସାହି ଗ୍ରାମର ଜଣେ ବୃଦ୍ଧାଙ୍କର ଜମିବାଡ଼ି ବିବାଦକୁ ନେଇ ସେହିଗ୍ରାମର କେତେକ ପୁରୁଷ ଓ ମହିଳା ଘର ପୋଡ଼ି ଦେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏହି ଘଟଣାକୁ ନେଇ ୯୧/୨୩ ଦଫା ୪୩୬ ଓ ୩୪ ଆଇପିସି ମୂଳେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ଡିଆଁସାହି ଗ୍ରାମର ମାଳତୀ ମଳିକ ନାମକ ଜଣେ ବୃଦ୍ଧା ତାଙ୍କ ବୋହୂକୁ ନେଇ ଫେବୃଆରୀ ୨୪ ତାରିଖରେ ଡାକ୍ତର ଦେଖାଇବାକୁ ଯାଇଥିଲେ। ଡାକ୍ତର ଦେଖାଇ ସାରିବା ପରେ ବୃଦ୍ଧା ନାତିକୁ ନେଇ ତାଙ୍କର କାଁପଡ଼ା ଗ୍ରାମର ସମୁଦିଘରକୁ ଯାଇଥିଲେ। ସେ ସେଠାରେ ଥିବା ବେଳେ ଫୋନ ପାଇଲେ ଯେ ଡିଆଁସାହି ଗ୍ରାମର ଅନିମା ମଳିକ, ବର୍ଷାରାଣୀ ମଳିକ, ମମତା ମଳିକ, କୈଳାସ ମଳିକ, ତପସ୍ୱିନୀ ମଳିକ ଓ ମଦନ ମଳିକ ମିଶି ତାଙ୍କ ଘରକୁ ନିଆଁ ଲଗାଇ ଦେଇଛନ୍ତି। ଘରେ ନିଆଁଲାଗିବା ଦେଖି ଗ୍ରାମବାସୀ ପହଞ୍ଚି ନିଆଁକୁ ବହୁ କଷ୍ଟରେ ଲିଭାଇ ଥିଲେ। ତେବେ ଅଭିଯୁକ୍ତମାନଙ୍କ ସହିତ ଜାଗା ଜମିକୁ ନେଇ ମକଦ୍ଦମା ଚାଲୁଥିବାରୁ ସେମାନେ ରାଗରେ ବୃଦ୍ଧା ଘରେ ନଥିବା ବେଳେ ତାଙ୍କ ଘରକୁ ନିଆଁ ଲଗାଇ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ପୁଲିସ ଏହି ଘଟଣାରେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନଥିବାରୁ ଅଭିଯୋଗକାରିଣୀ ଅସନ୍ତୋଷ ପ୍ରକାଶ କରିଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.