Home ଓଡ଼ିଶା ବାତ୍ୟା ଫନିରେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ୫ ଲକ୍ଷ ପକ୍କା ଘର ଯୋଗାଇ ଦେବା ପାଇଁ ମୋଦିଙ୍କୁ...

ବାତ୍ୟା ଫନିରେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ୫ ଲକ୍ଷ ପକ୍କା ଘର ଯୋଗାଇ ଦେବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ନବୀନ

2012

ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) ବାତ୍ୟା ଫନିରେ ପ୍ରଭାବିତ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଅନେକ ଲୋକଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି। ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ (PMAY) ପକ୍କା ଘର ତୁରନ୍ତ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପାଖକୁ ପଠାଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏଥିରେ ଉଲ୍ଲେଖ କରିଛନ୍ତିଯେ, ଏହି ପକ୍କା ଘର ନିର୍ମାଣରେ କେନ୍ଦ୍ରର ୯୦ ଭାଗ ଏବଂ ଓଡ଼ିଶା ସରକାରଙ୍କର ୧୦ ଭାଗର ଯୋଗଦାନ ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାତ୍ୟା ବେଳେ କେନ୍ଦ୍ର ଓଡ଼ିଶାକୁ ସହାୟତା ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ‘ପ୍ରାଥମିକ ଆକଳନରୁ ଜଣାପଡ଼ିଛି ଯେ ବାତ୍ୟାରେ ୧୪ଟି ଜିଲ୍ଲାରେ ୫ ଲକ୍ଷ ଘର ଭାଙ୍ଗିଛି। ସବୁଠୁ ଅଧିକ ଘର ପୁରୀ ଜିଲ୍ଲାରେ ଭାଙ୍ଗିଛି। ଯାହାର ସମ୍ପୂର୍ଣ୍ଣ ଘର ଭାଙ୍ଗିଛି ସେମାନଙ୍କୁ ପିଏମ୍ଏଓ୍ୱାଇ ଯୋଜନାରେ ନୂଆ ଘର ତିଆରି କରିବା ପାଇଁ ସୁବିଧା ଦିଆଯାଉ ବୋଲି। ଗତ ମଇ ୩ ତାରିଖରେ ବାତ୍ୟା ଫନି ପୁରୀ ନିକଟରେ ସ୍ଥଳଭାଗ ଛୁଇଁବା ପରେ ୧୪ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷକରି ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଅଧିକ କ୍ଷତି କରିଥିଲା ଫନି। ବାତ୍ୟାରେ ବହୁ କଚ୍ଚା ଏବଂ ଚାଳ ଛପର ଘର ଭାଙ୍ଗି ଯାଇଛି। ସେହିପରି ଆଜବେଷ୍ଟସ୍ ଘର ମଧ୍ୟ ବାତ୍ୟା ଦାଉରୁ ବାଦ୍ ପଡ଼ିନି। ଆଗକୁ ବର୍ଷା ଋତୁ ଆସୁଛି। ଠିକ ସମୟରେ ପଦକ୍ଷେପ ନନେଲେ ପରିସ୍ଥିତି ଦୟନୀୟ ହେବ। ତେଣୁ ଏଦିଗରେ ତୁରନ୍ତ ପଦକ୍ଷେପ ନେଲେ ଲୋକେ ଉପକୃତ ହୋଇପାରିବେ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.