Home କେନ୍ଦୁଝର ବାଇକ୍ ସହ ବାଇକ୍ ମୁହାଁମୁହିଁ ଧକ୍କା, ୧ ଗୁରୁତର ୩ ଆହାତ

ବାଇକ୍ ସହ ବାଇକ୍ ମୁହାଁମୁହିଁ ଧକ୍କା, ୧ ଗୁରୁତର ୩ ଆହାତ

24

ହରିଚନ୍ଦନପୁର, ତା ୧୩ ଡିସେମ୍ବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଗେହ୍ଲାଚାପଲ୍ ଗ୍ରାମ ଛକ ନିକଟରେ ବାଇକକୁ ମୁହାଁମୁହିଁ ଧକ୍କା ଦେଲା ବାଇକ୍ ଜଣେ ଗୁରୁତର ଥିବା ବେଳେ ଅନ୍ୟ ୩ଜଣ ଆହାତ ହୋଇଛନ୍ତି । ଖବର ଅନୁଯାୟୀ ରବିବାର ଅପରାହ୍ନ ୪ଟା ସମୟରେ ବିଲ୍ଲା ଆଖୁପାଳସାହିର ଦୁଃଖିରାମ ସୋରେନ ତାଙ୍କ ପୁତୁରା ମାନସିଂ ସୋରେନ ବାଇକ୍ ଯୋଗେ ବୁଢିପଦା ସମ୍ପର୍କିୟ ଘରୁ ଫେରୁଥିଲେ ‌। ସେହି ସମୟରେ ରେବଣାପଳାଶପାଳ ଗ୍ରାମର ସଶିକାନ୍ତ ନାଏକ ଓ ସୁମନ ଦେହୁରୀ ଏକ ବାଇକ୍ ଯୋଗେ ହରିଚନ୍ଦନପୁର ଠାରୁ ଘରକୁ ଫେରୁଥିଲେ । ଗେହ୍ଲାଚାପଲ ଗ୍ରାମ ଛକ ନିକଟରେ କୌଣସି କାରଣରୁ ଦୁଇଟି ବାଇକ୍ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟ ବାଇକରେ ଥିବା ଉକ୍ତ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିବାର ଦେଖି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇଁ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଦୁଃଖିରାମଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ହୋଇଥିବା ସହ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.