Home ଓଡ଼ିଶା ବହୁତ ଜଲଦି ବଡ଼ ପରଦାରେ ସୁହାନା

ବହୁତ ଜଲଦି ବଡ଼ ପରଦାରେ ସୁହାନା

239

ମୁମ୍ବାଇ,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ବଲିଉଡର କିଙ୍ଗ ଖାନ ବା ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ସବୁଠାରୁ ପପୁଲାର ଷ୍ଟାର କିଡ଼ ମାନଙ୍କ ମଧ୍ୟରେ ଜଣେ । ସାଧାରଣତଃ ସୁହାନା ଖାନ ସୋସିଆଲ ମିଡିଆରେ ବେଶୀ ଆକ୍ଟିଭ ରୁହନ୍ତି ନାହିଁ କିନ୍ତୁ ତାଙ୍କର ଫଟୋ ପ୍ରାୟତଃ ଇଣ୍ଟରନେଟରେ ଭାଇରଲ ହେଉଥାଏ । ସୁହାନା ଖାନ ନିଜ ବାପାଙ୍କ ପରି ଆକ୍ଟିଙ୍ଗ କ୍ୟାରିୟରରେ ନିଜ ନାଁ କରିବାକୁ ଚାଁହାନ୍ତି ଏକଥା ତାଙ୍କ ପିତା ଶାହରୁଖ ଖାନ ଏକ ଇଣ୍ଟରଭିୟୁରେ କହିଛନ୍ତି । ବର୍ତ୍ତମାନ ସୁହାନା ଖାନଙ୍କର ଏହି ସ୍ୱପ୍ନ ପୁରଣ ହେବାକୁ ଯାଉଛି । ସୂଚନା ଅନୁଯାୟୀ ସୁହାନା ଖାନଙ୍କର ଡେବ୍ୟୁ ଫିଲ୍ମର ପୋଷ୍ଟର ରିଲିଜ ହୋଇଯାଇଛି ଯେଉଁଥିପାଇଁ ତାଙ୍କ ଫ୍ୟାନ ମାନଙ୍କର ଏକ୍ସାଇଟମେଣ୍ଟ ବଢିଯାଇଛି ।

୧୯ ବର୍ଷୀୟା ସୁହାନା ନିଜର କ୍ଲାସ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଏକ ସର୍ଟ ଫିଲ୍ମ “ଦ ଗ୍ରେ ପାର୍ଟ ଅଫ ବ୍ଲୁ”ରେ ମୁଖ୍ୟ ଭୂମିକାରେ ନଜର ଆସିବେ । ତାଙ୍କର ଏହି ଫିଲ୍ମର ପୋଷ୍ଟର ତାଙ୍କ କ୍ଳାସମେଟ ଥ୍ୟୋଡୋର ଜିମିନୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ସୁହାନାଙ୍କ ଡେବ୍ୟୁ ଫିଲ୍ମର ପୋଷ୍ଟରକୁ ନେଇ ତାଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.