Home ଓଡ଼ିଶା ବନ୍ୟା ପ୍ରଭାବିତ ବରୀ ଅଞ୍ଚଳରେ କଂଗ୍ରେସର ରାଜ୍ୟ ପ୍ରତିନିଧି ଦଳ

ବନ୍ୟା ପ୍ରଭାବିତ ବରୀ ଅଞ୍ଚଳରେ କଂଗ୍ରେସର ରାଜ୍ୟ ପ୍ରତିନିଧି ଦଳ

139

ଯାଜପୁର ୧୧ା୯ ( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଯାଜପୁର ଜିଲ୍ଳାର ବରୀ ବନ୍ୟାଞ୍‌ଚଳକୁ ନିଖିଳ କଂଗ୍ରେସ କମିଟିର ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ଭକ୍ତ ଦାସ ଏବଂ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ସଭାପତି ପ୍ରଦୀପ ମାଝିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଗସ୍ତ କରିଥିଲେ। ବରୀ ବ୍ଲକର ଅଧିକ ପ୍ରଭାବିତ ମହାକାଳପଡ଼ା ପଞ୍ଚାୟତ ଏବଂ ଅମଠପୁର, ରତ୍ନଗିରି, ମନ୍ଦାରୀ ଓ ଚନ୍ଦନପୁର ପଞ୍ଚାୟତ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରତିକ୍ରିୟାରେ ଶ୍ରୀ ମାଝି କହିଥି‌ଲେ, ୨୪ ଘଣ୍ଟା ମଧ୍ୟରେ ଲୋକମାନଙ୍କ ପାଖରେ ସରକାରୀ ରିଲିଫ୍ ନ ପହଞ୍ଚିଲେ ବରୀରେ ଅନାହାର ମୃତ୍ୟୁ ଘଟିବ। ଅପରାହ୍ଣରେ ରତ୍ନଗିରି ସ୍ଥିତି ତୋଷାଳୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତୃତ୍ବମାନେ ସେମାନଙ୍କ ବାର୍ତ୍ତା ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଜ୍ଞାନରଂଜନ ବେଉରା, ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ, ବିଷ୍ଣୁ ରାଉତ, ସନ୍ତୋଷ ନନ୍ଦ, ପ୍ରଭାତ ରାୟ, ଅଜୟ ସାମଲ ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.