Home ଜିଲ୍ଲା ପରିକ୍ରମା ବନ୍ତରେ ବିଜେପିର ଗାଁ କୁ ଚାଲ ଅଭିଯାନ

ବନ୍ତରେ ବିଜେପିର ଗାଁ କୁ ଚାଲ ଅଭିଯାନ

22

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବିଜେପି ପକ୍ଷରୁ ଗାଁକୁ ଚାଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସଭାପତି ପୂର୍ବତନ ସରପଞ୍ଚ କୃପାସିନ୍ଧୁ ସେଠୀଙ୍କତ୍ତତ୍ତ୍ୱାବଧାନରେ କୋଳିପଦୀ ଗାଁରେ ଏହାର ଶୁଭାରମ୍ଭ କରାଯାଇଛି । ନାଟ୍ୟକାର ତଥା ବରିଷ୍ଠ ବିଜେପି ନେତା ସୁଧାଂଶୁ ଶେଖର ନାୟକ ଘରକୁ ଘର ଯାଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଲୋକେ ଉପକୃତ ହେଉଛନ୍ତି କି ନାହିଁ ସେ ନେଇ ବୁଝିବା ସହ ବିଭିନ୍ନ ଯୋଜନା ବାବଦରେ ଅବଗତ କରାଇଥିଲେ । ଉଜ୍ଜଳା ଯୋଜନାରେ ଗ୍ୟାସ୍‌, ଆବାସ ଗୃହ, ରେସନ ସାମଗ୍ରୀ, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ଆଦି ଉପରେ ପ୍ରକୃତ ହିତାଧିକାରୀ କିପରି ଉପକୃତ ହୋଇପାରିବେ ସେ ନେଇ ବୁଝାଇଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତ ଉପ-ସଭାପତି ଧନର୍ଜୟ ବିଶ୍ୱାଳ, ହେମନ୍ତ ମଲ୍ଲିକ, ନାରାୟଣ ଧିର, ଅନନ୍ତ ନାୟକ, ଗୋଲକ ଜେନା, ରବିନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଦଳୀୟ ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.