Home କୋରାପୁଟ ବଜ୍ରାଘାତରେ ବୃଦ୍ଧାଙ୍କ ମୃତ୍ୟୁ

ବଜ୍ରାଘାତରେ ବୃଦ୍ଧାଙ୍କ ମୃତ୍ୟୁ

544

କୋରାପୁଟ ୧୬-୦୫ (ଓଡିଆ ପୁଅ/ରଂଜନ କୁମାର ଦାସ) ପଞ୍ଚାୟତରୁ ବାର୍ଦ୍ଧକ୍ୟ ଭତା ନେଇ ଫେରୁଥିବା ସମୟରେ ବଜ୍ରାଘାତ ଯୋଗୁଁ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତରେ। ହିକିମପୁଟ ପଞ୍ଚାୟତ ଗୋରିନାୟକପୁଟ ଗ୍ରାମର ତୂଳସା ଗୋଲରୀ(୬୩) ବାର୍ଦ୍ଧକ୍ୟ ଭତା ଆଣିବାକୁ ବୁଧବାର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ଭତା ଟଙ୍କା ଗ୍ରହଣ କରି ତୂଳସା ଘରକୁ ଫେରୁଥିବା ସମୟରେ ଖୀଲୁଆ ଛକ ନିକଟରେ ଅଚାନକ ଘଡଘଡି ବର୍ଷା ହୋଇ ବଜ୍ରପାତ ହୋଇଥିଲା। ଫଳରେ ଘଟଣାୀ ସ୍ଥଳରେ ତୂଳସା ମୃତ୍ୟୁ ବରଣ କରିଥିଲେ। ଆଜି ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରା ଯାଇ ମୃତଦେହ ପରିବାରକୁ ହସ୍ତାନ୍ତର କରାାଇଛି। ନନ୍ଦପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରା ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.