Home ଓଡ଼ିଶା ବଜ୍ରପାତ ପଡ଼ି ୨ ଜଣଙ୍କ ମୃତ୍ୟୁ

ବଜ୍ରପାତ ପଡ଼ି ୨ ଜଣଙ୍କ ମୃତ୍ୟୁ

176

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବିଲରୁ ଚାଷ କାମ ସାରି ଫେରିବା ବେଳେ ବଜ୍ରାଘାତରେ ଭିଣୋଇ ବୁଦ୍ଧିରାମର ମୃତ୍ୟୁ ଘଟିଥିବା ବେଳେ ଶଳା ଲକ୍ଷ୍ମୀଧର ଗୁରୁତର ଆହତ ହୋଇଥିବା ଜଣାପଡିଛି । ଶଳା ଲକ୍ଷ୍ମୀଧରକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କୁଳିଗାଁ ଗ୍ରାମର ଦଳେଇ ସାହିର ଭିଣୋଇ ବୁଦ୍ଧିରାମ ଦଳେଇ (୫୮) ଏବଂ ସେହି ସାହିର ତାଙ୍କ ଶଳା ଲକ୍ଷ୍ମୀଧର ଦଳେଇ (୪୦) ଘର ଠାରୁ ୨ କିମି ଦୂରରେ ଥିବା ଚାଷ ଜମିରେ ଚାଷ କାମ କରୁଥିଲେ । ଦିନ ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ଉଭୟ ଭିଣୋଇ ଏବଂ ଶଳାଙ୍କୁ ବଜ୍ରାଘାତ ଲାଗିଥିଲା । ଫଳରେ ଘଟଣାସ୍ଥଳରେ ଭିଣୋଇ ବୁଦ୍ଧିରାମ ମୃତ୍ୟୁବରଣ କରିଥିବା ବେଳେ ଶଳା ଲକ୍ଷ୍ମୀଧର ଅଚେତ ଅବସ୍ଥାରେ ଧାନ କ୍ଷେତରେ ପଡି ରହିଥିଲେ । ଏହି ସମୟରେ ଚାଷ କାମ ସାରି ଫେରୁଥିବା ଲୋକେ ଉଭୟଙ୍କ ଅବସ୍ଥା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବରପାଇ ପରିବାର ଲୋକେ ଧାନ କ୍ଷେତରୁ ଉଭୟଙ୍କୁ ଉଦ୍ଧାର କରି ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ବୁଦ୍ଧିରାମଙ୍କୁ ମୃତ ଘୋଷଣା କରିଥିବା ବେଳେ ଲକ୍ଷ୍ମୀଧରଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.