Home ଓଡ଼ିଶା ଫୁଲ ତୋଳୁଥିବା ବେଳେ ମାଙ୍କଡ ଆତଙ୍କ, ବୃଦ୍ଧା ମୃତ

ଫୁଲ ତୋଳୁଥିବା ବେଳେ ମାଙ୍କଡ ଆତଙ୍କ, ବୃଦ୍ଧା ମୃତ

129

ଖଇରାପୋଡା,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ହନୁ ମାଙ୍କଡ ଆକ୍ରମଣରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ନନ୍ଦନକାନନ ଥାନା ଅନ୍ତର୍ଗତ ଖଇରାପୋଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ହରସ ମହାନ୍ତି ।ସୂଚନାଯୋଗ୍ୟ ଯେ, ଆଜି ସକାଳୁ ନଦୀ ବନ୍ଧରେ ଫୁଲ ତୋଳୁ ଥିବା ସମୟରେ ଏକ ଉତ୍ପାତିଆ ହନୁ ତାଙ୍କ ଉପରକୁ ଡେଇଁ ପଡି ଥିଲା । ଫଳରେ ବୃଦ୍ଧା ଘଟଣାସ୍ଥଳରେ ଟଳିପଡିଥିଲେ । ପଥରରେ ତାଙ୍କ ମୁଣ୍ଡ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ବୃଦ୍ଧା ହରସ ମହାନ୍ତିଙ୍କ ମୃତ୍ୟୁ ହୋଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.