Home ଓଡ଼ିଶା ଫିକା ପଡ଼ିଲା ବିଜେପିର ବିଜୟ ସଙ୍କଳ୍ପ ସଭା

ଫିକା ପଡ଼ିଲା ବିଜେପିର ବିଜୟ ସଙ୍କଳ୍ପ ସଭା

1444

ତିର୍ତ୍ତୋଲ ୨୧/୦୪ – ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ ପାରାଦ୍ୱିପ ରାସ୍ତା ସାରଳା ଶ୍ରୀକ୍ଷେତ୍ର କାଳି ପଡ଼ିଆଠାରେ ବିଜେପି ପକ୍ଷରୁ ବିଜୟ ସଙ୍କଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ବିଜୟ ସଂକଳ୍ପ ସଭାରେ ମୁଖ୍ୟ ଅତିଥି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ଏଥିରେ ଜିଲ୍ଲା ସଭାପତି, ବରିଷ୍ଠ ବିଜେପି ନେତା, ସ୍ଥାନୀୟ ଯୁବନେତା ଅନୁପସ୍ଥିତ ଓ ଆଖିଦୃଶିଆ କର୍ମୀ ଯୋଗଦେଇନଥିବାବେଳେ ବିଜେପୀ କର୍ମୀଙ୍କ ଗହଣରେ ଅନ୍ୟଦଳର ସମର୍ଥକ ଥିବା ଦେଖିବାକୁ ମିଳିଥିଲା ଯାହାକି ତିର୍ତ୍ତୋଲରେ ବିଜେପିର ସ୍ଥିତିକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ଏହି ସଭାରେ ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ କୁମାର ଦାଶ ସଭାପତିତ୍ୱ କରିଥଲେ। ଜଗତସିଂହପୁର ବିଜେପି ଲୋକସଭା ପ୍ରାର୍ଥୀ ବିଭୂ ପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ, ଲଲାଟେନ୍ଦୁ ବଡ଼ୁ, ପ୍ରମୋଦିନୀ ସେଠୀ, ମାନସ ମହାପାତ୍ର, ରୂପକ କୁମାର ଖୁଣ୍ଟିଆ, ସାଗର ଦାସ, ଜ୍ୟୋତି ରଞ୍ଜନ ସାହୁ, ପ୍ରମୋଦ କୁମାର ପ୍ରଧାନ, ଶିବ ପ୍ରସାଦ ସାହୁ, ସୁଧିର କୁମାର ପଣ୍ଡା, ରାକେଶ ମହାପାତ୍ର, ବିରଜା ମୋହନ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଧାନ ଉପସ୍ଥିତ ଯୋଗଦେଇ ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ଓ ଜଗତସିଂହପୁର ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବା ପାଇଁ ନିବେଦନ କରିଥିଲେ। ବିଧାୟକ ପ୍ରାର୍ଥୀ ନିର୍ବାଚନରେ ଜିତିଲେ ତିର୍ତ୍ତୋଲ ଦୀର୍ଘଦିନ ଧରି ବନ୍ଦ ହୋଇ ରହିଥିବା ସାରଳା ସୁତା କଳକୁ ଚାଲୁ କରିବେବୋଲି କହିଥିଲେ। ପ୍ରତ୍ୟେକ ପଞ୍ଚାୟତରୁ ୫୦ ଟି ପରିବାରକୁ ରୋଜଗାର ଦେବା ପାଇଁ ସକଳ୍ପ ନେଇଥିଲେ। ଝଙ୍କଡ଼ର ଅଧିଷ୍ଠୀତ୍ରୀ ଦେବୀ ମା ଶାରଳାଙ୍କ ପୀଠ ଓ ପ୍ରଭୂ ଗୋରଖନାଥ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନତ୍ୟା କରାଯିବବୋଲି କହିଥିଲେ। ବିଜେଡ଼ିର ବିଧାୟକ ପ୍ରାର୍ଥୀ ବିଷ୍ଣୁ ଦାସଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏହି ସଭାରେ ସମାଲୋଚନା କରାଯାଇଥିଲା। ଏହି ସଭାରେ ଯେଉଁ ବିଜେପି କର୍ମକର୍ତ୍ତାମାନେ ଯୋଗଦେଇଥିଲେ କେବଳ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଓ ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ତରାଇଙ୍କୁ ସହଯୋଗ କରିବାପାଇଁ ଆସିଥିବା କହିଥିଲେ। ଏହି ସଭାରେ ଆମ୍ଭମାନଙ୍କର ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇଙ୍କ ମନମୁଖି କାର୍ଯ୍ୟପାଇଁ ତାଙ୍କ ସହିତ କୌଣସି ସମ୍ପର୍କ ନାହିଁବୋଲି କେତେକ ଅସନ୍ତୁଷ୍ଟ ବିଜେପି କର୍ମକର୍ତ୍ତା ନାମ ଗୋପନ ସର୍ତ୍ତରେ କହିଥିଲେି। ତିର୍ତ୍ତୋଲର ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ଟିକେଟ୍ ମିଳିବା ପରେ ବିଜେପିର ଗୋଟିଏ ଗୋଷ୍ଠୀ ପକ୍ଷରୁ ଶ୍ରୀଯୁକ୍ତ ଭୋଇଙ୍କ କୁଷପୁତ୍ତଳିକା ଦାହ କରାଯାଇଥିଲା। ବିଜେପିର ଗୋଷ୍ଠୀ କନ୍ଦଳର ପ୍ରଭାବ ଆଜିର ସଭାରେ ଦେଖିବାକୁ ମିଳିଥିଲା। ଧାର୍ଯ୍ୟ ସମୟର ବହୁ ବିଳମ୍ବରେ ମୁଖ୍ୟ ଅତିଥି ପହଞ୍ଚିବା କୁ ନେଇ ସାଧାରଣ କର୍ମୀ ଓ ଦେଖଣାହାରୀ ସ୍ଥଳରୁ ସଭା ସମାପ୍ତର ପୂର୍ବରୁ ଫେରି ଯାଉଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.