Home ଓଡ଼ିଶା ଫନୀ କ୍ଷତିଗ୍ରସ୍ତ ରାହାଙ୍ଗିରିଆ ଗାଁ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଫନୀ କ୍ଷତିଗ୍ରସ୍ତ ରାହାଙ୍ଗିରିଆ ଗାଁ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

458

– ରାହାଙ୍ଗିରିଆରେ ବିଜୁଳି ପହଁଚାଇବା ପାଇଁ ସ୍ଥାନୀୟ ପ୍ରଶାସନକୁ କଲେ ଅନୁରୋଧ

ବୀରହରେକୃଷ୍ଣପୁର, ଜୁନ ୦୮(ଓଡ଼ିଆ ପୁଅ) – ବାତ୍ୟା ଫନୀରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ପଂଚାୟତ ରାହାଙ୍ଗିରିଆ ଗାଁକୁ ଦ୍ୱିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଦଳୀୟ ନେତା ସମ୍ବିତ ପାତ୍ର ଓ ଦଳର ସଦସ୍ୟଙ୍କ ସହ ଗସ୍ତ କରି ସେଠାକାର ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ ବାତ୍ୟାରେ କ୍ଷତିଗ୍ରସ୍ତ ରାହାଙ୍ଗିରିଆ ଗାଁ ଧୀରେ ଧୀରେ ସ୍ୱାଭାବିକ ହେବା ଆରମ୍ଭ କରିଛି। ପୁରୀ ସଦର ଓ ଅନ୍ୟାନ୍ୟ ପ୍ରମୁଖ ଅଂଚଳରେ ବିଜୁଳି ପହଁଚିଥିବା ବେଳେ ଏପର୍ଯ୍ୟନ୍ତ ରାହାଙ୍ଗିରିଆ ସମେତ ଅନେକ ଗ୍ରାମାଂଚଳରେ ବିଦ୍ୟୁତ ପହଁଚିନାହିଁ। ତେଣୁ ପୁରୀ ଜିଲ୍ଲାର ସବୁ ଗାଁକୁ ବିଜୁଳି ପହଁଚାଇବା ପାଇଁ ସ୍ଥାନୀୟ ପ୍ରଶାସନକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଏହି ଗସ୍ତକାଳରେ ରାହାଙ୍ଗିରିଆ ଗାଁର ଲୋକମାନେ ଗାଁର ବିକାଶ ଓ ପୁନରୁଦ୍ଧାର ସମ୍ବନ୍ଧୀୟ ସମସ୍ୟା ଜଣାଇଥିବା ବେଳେ ଗାଁଗଣ୍ଡାରେ ସବୁ ସୁବିଧା ଶୀଘ୍ର ସ୍ୱାଭାବିକ କରାଯିବା ନେଇ ସ୍ଥାନୀୟ ପ୍ରାଶାସନିକ ଅଧିକାରୀଙ୍କୁ ଅବଗତ କରାଯିବ। ସବୁ ଲୋକଙ୍କୁ ନ୍ୟାୟ ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଉଲ୍ଲେଖନୀୟ ଯେ, ପୂର୍ବରୁ ଫନୀ ବାତ୍ୟା ପରେ ମଇ ୫ ତାରିଖରେ ଶ୍ରୀ ପ୍ରଧାନ ଏହି ବାତ୍ୟା ପ୍ରଭାବିତ ଗାଁକୁ ଗସ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.