Home ଓଡ଼ିଶା ଫଣି କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଦେବା ସମୟରେ ସ୍ଥାନୀୟ ଜନ ପ୍ରତିନିଧୀମାନଙ୍କୁ ଅଣଦେଖା କରିବା ପ୍ରସଙ୍ଗ...

ଫଣି କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଦେବା ସମୟରେ ସ୍ଥାନୀୟ ଜନ ପ୍ରତିନିଧୀମାନଙ୍କୁ ଅଣଦେଖା କରିବା ପ୍ରସଙ୍ଗ ପାତର ଅନ୍ତରରୁ ନିଜକୁ ଦୁରେଇ ରଖନ୍ତୁ ରାଜ୍ୟସରକାର:ବିଜେପି

404

– ଶାସକ ଦଳର ନେତାମାନଙ୍କ ସୁପାରିଶ ଆଧାରରେ ବିଜେଡିର କର୍ମୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି
– ସରକାରଙ୍କର ସମସ୍ତ ଯୋଜନାର ହିତାଧିକାରି ଚୟନରେ ବ୍ୟାପକ ଅନିୟମିତତା ହେଉଛି
– ଗଣତନ୍ତ୍ରରେ ଜଣେ ବିଧାୟକଙ୍କର ଯାହା ଅଧୀକାର ଅଛି ତାକୁ କ୍ଷୁର୍ଣ୍ଣ କରିବା ପାଇଁ ହୀନ ରାଜନୀତି କରାଯାଉଛି
– ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଇଙ୍ଗିତରେ ପୁରୀ ଜିଲ୍ଲା ପ୍ରଶାସନ ବିଜେଡି ନେତାଙ୍କର ସଖୀ କଣ୍ଢେଇ ପାଲଟିଛି
– କାହିଁକି ପଂଚାୟତର କ୍ଷମତାକୁ ସଙ୍କୁଚିତ କରାଯାଉଛି ?

ଭୁବନେଶ୍ୱର, ୧୭/୦୯ (ଓଡ଼ିଆ ପୁଅ) : ସାମୁଦ୍ରିକ ବାତ୍ୟା ଫଣିରେ କ୍ଷତିଗ୍ରସ୍ତ ହୋଇଥିବା ଚିଲିକାର ବୋଟ ମାଲିକ, ପୁରୀ ଓ ଚିଲିକା ଅଂଚଳର ମସ୍ତ୍ର୍ୟଜିବି ମାନଙ୍କୁ ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ସହାୟତା ଦିଆଗଲା। ଏଥିରେ କେନ୍ଦ୍ର ସରକାରଙ୍କ ସଂସ୍ଥା ହୁଡକୋର ସିଏସଆର (ସାମାଜିକ କଲ୍ୟାଣ ପାଣ୍ଠି)ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ମିଳିତ ଅର୍ଥ ୬ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ବୋଟ ଓ ମସ୍ତ୍ର୍ୟଧରା ଡଙ୍ଗା ଦିଆଗଲା। ଏହା ଏକ ସରକାର କାର୍ଯ୍ୟକ୍ରମ ଥିଲା। ନିୟମ ଅନୁସାରେ ସରକାରଙ୍କ କାର୍ଯ୍ୟକ୍ରମରେ ସେଠାକାର ସ୍ଥାନିୟ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ଡାକିବା କଥା। କିନ୍ତୁ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ପୁରୀ ଓ ବ୍ରହ୍ମଗିରିର ବିଧାୟକମାନଙ୍କୁ ସରକାର ଡାକିଲେ ନାହିଁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ବିଧାୟକ ଶ୍ରୀ ଜୟନ୍ତ ଷଡଙ୍ଗୀ ଅଭିଯୋଗ କରିଛନ୍ତି।

ବ୍ରହ୍ମଗିରି ଓ ପୁରୀ ନିର୍ବାଚନ ମଣ୍ଡଳୀ ଫଣିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଦୁଇ ନିର୍ବାଚନ ମଣ୍ଡଳିର ବିଧାୟକ ବିଜେପି ଦଳର ହୋଇଥିବାରୁ ଫଣିର କ୍ଷୟକ୍ଷତି ଆକଳନ ହେଉ କି କ୍ଷତିଗ୍ରସ୍ତ ମାନଙ୍କୁ କ୍ଷତିପୁରଣ ପ୍ରଦାନ ହେଉ କେଉଁଥିରେ ବି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଡାକିଲେ ନାହିଁ କି କୌଣସି ପରାମର୍ଶ ନେଲେ ନାହିଁ ବୋଲି ବ୍ରହ୍ମଗିରୀ ବିଧାୟକ ଶ୍ରୀ ଲଲିତେନ୍ଦୁ ବିଦ୍ୟାଧର କହିଛନ୍ତି।

କେବଳ ଶାସକ ଦଳର ନେତାମାନଙ୍କ ସୁପାରିଶ ଆଧାରରେ ବିଜେଡିର କର୍ମୀମାନଙ୍କୁ କ୍ଷତିପୁରଣ, ପକ୍କା ଘର, ବୋଟ, ମାଛ ଧରା ଡଙ୍ଗା ମିଳୁଛି। ଏହି ଦୁଇ ନିର୍ବାଚନ ମଣ୍ଡଳିରେ ବିଜେଡିର ନେତା କିଏ, ସେମାନେ କେତେ ସ୍ୱଛ ଓ କେତେ ଦୁର୍ନିତିଗ୍ରସ୍ତ ତାହା ସମସ୍ତଙ୍କୁ ଜଣାଅଛି। ବିଜେଡିର କିଛି ନେତାମାନଙ୍କର ସୁପାରିଶରେ ଫଣିର ପରବର୍ତ୍ତୀ କ୍ଷତିପୁରଣ ଓ ସରକାରଙ୍କର ଅନ୍ୟ ସମସ୍ତ ଯୋଜନାର ହିତାଧିକାରି ଚୟନରେ ବ୍ୟାପକ ଅନିୟମିତତା ହେଉଛି। ଏହି ଅନିୟମିତତାରେ ତୃତୀୟ ମହଲାର ଏଥିରେ ସିଧାସଳଖ ସମ୍ପୃକ୍ତି ଅଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଇଙ୍ଗିତରେ ଏହି ଜିଲ୍ଲା ପ୍ରଶାସନ ପୁରୀ ଜିଲ୍ଲାର କିଛି ବିଜେଡି ନେତାଙ୍କର ସଖୀ କଣ୍ଢେଇ ପାଲଟିଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ୫ଟି ର କଥା କହୁଛନ୍ତି। ହେଲେ ଏପଟେ ଜିଲ୍ଲା ସ୍ତରରୁ ଆରମ୍ଭ କରି ବ୍ଲକର ଜିଆରଏସ, ଭିଏଲଡବ୍ଲୁ, ବିଡିଓ ଦଳୀୟ ନେତା ତାଙ୍କ କର୍ମୀମାନଙ୍କୁ ବିଭିନ୍ନ ଯୋଜନାରେ ବେଆଇନ ଭାବେ ସାମିଲ କରାଇ ଚାଲିଛନ୍ତି। ରାଜ୍ୟ ସରକାର ଏପରି ପାତର ଅନ୍ତରରୁ ନିଜକୁ ଦୁରେଇ ରଖନ୍ତୁ। ଗଣତନ୍ତ୍ରରେ ଜଣେ ବିଧାୟକର ଯାହା ଅଧୀକାର ଅଛି ତାକୁ କ୍ଷୁର୍ଣ୍ଣ କରିବା ପାଇଁ ହୀନ ରାଜନୀତି କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଏବେ ଜିଲ୍ଲା ପ୍ରଶାସନର ସମସ୍ତ ଭତା ବାର୍ଧ୍ୟକ ଭତା, ବିଧବା ଭତା, ଦିବ୍ୟାଙ୍ଗ ଭତାର ହିତାଧିକାର ଚୟନକୁ ପଂଚାୟତ ଠାରୁ ଛଡାଇ ନିଆଯାଇ ଅଙ୍ଗନବାଡିକୁ ଦିଆଯାଉଛି। ଏହା କେବଳ ପୁରୀ ଜିଲ୍ଲାରେ ଲାଗୁ ହୋଇଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

କେବଳ ପୁରୀ ଜିଲ୍ଲାରେ ଗୋଟିଏ ନୁଆ ନିୟମ ଲାଗୁ ହେବ କାହିଁକି ? କାହିଁକି ପଂଚାୟତର କ୍ଷମତାକୁ ସଙ୍କୁଚିତ କରାଯାଉଛି ? ମୁଖ୍ୟମନ୍ତ୍ରୀ ଆମ ଗାଁ ଆମ ବିକାଶ କଥା କହୁଥିବା ବେଳେ ଖାଲି ବିଧାୟକ ନୁହେଁ ବଂର ପଂଚାୟତର ସରପଂଚ ମାନଙ୍କଠାରୁ କ୍ଷମତା ଛଡାଇ ନେଉଛନ୍ତି ବୋଲି ଶ୍ରୀ ଷଡଙ୍ଗୀ ଅଭିଯୋଗ କରିଛନ୍ତି।

ଯେଉଁ ବୋଟ ଓ ଡଙ୍ଗା ମାଛଧରାଳି ମାନଙ୍କୁ ଦିଆଯାଇଛି ତାହା କେନ୍ଦ୍ରୀୟ କେନ୍ଦ୍ର ସରକାରଙ୍କ ସଂସ୍ଥା ହୁଡକୋର ସିଏସଆର (ସାମାଜିକ କଲ୍ୟାଣ ପାଣ୍ଠି) ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡର ଏକ ବଡ ଅଂଶକୁ କେନ୍ଦ୍ର ସରକାରଙ୍କର ପିଏସୟୁ (କେନ୍ଦ୍ରୀୟ କମ୍ପାନୀମାନେ ) ରିଲିଫ ପଣ୍ଡକୁ ଓଡିଶାର ବିକାଶ ପାଇଁ ଦିଅନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଫନି କ୍ଷତିଗସ୍ତ ବିଦ୍ୟୁତ ଭିତିଭୂମିର ମରାମତି ପାଇଁ କୋଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ୫୦ କୋଟି ୩୨ ଲକ୍ଷ ଟଙ୍କା ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଦେଇଥିବାରୁ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.