Home ଓଡ଼ିଶା ପ୍ରଶାସନ ଆଢୁଆଳରେ ଏହି ଗାଁ

ପ୍ରଶାସନ ଆଢୁଆଳରେ ଏହି ଗାଁ

159

ବୌଦ୍ଧ, ୦୨/୦୮, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ସରକାରଙ୍କ ବିଭିନ୍ନ ଯୋଜନା ଥାଇ ମଧ୍ୟ ଆଜି ବି ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ଲୋକଙ୍କ ପାଇଁ ମୌଳିକ ସୁବିଧା ମଧ୍ୟ ନାହିଁ। ତାଙ୍କ ପାଇଁ ନା ରାସ୍ତା ଅଛି ନା ଶିକ୍ଷା ବ୍ୟବସ୍ଥା। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ସଦରମହକୁମା ଠାରୁ ମାତ୍ର ୩ କିମି ଦୂରରେ ଥିବା ଘୋଡାଡିଆଁ ଗାଁ।

ଗ୍ରାମବାସୀ ମାନେ ଅନେକ ଦିନ ହେବ ପୋଲ ନିର୍ମାଣ ସହ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବି କରିଆସୁଥିଲେ ମଧ୍ୟ ତାହା କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ଏଠାରେ ୩୦ରୁ ଉର୍ଦ୍ଧ୍ବ ପରିବାର ବାସ କରୁଥିବା ବେଳେ କେହି ବି ଏମାନଙ୍କ ଗୁହାରୀ ଶୁଣୁନାହାନ୍ତି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.