ad
ଓଡ଼ିଶା

ପ୍ରକାଶ ପାଇଲା ନୂଆ କୃଷି ନୀତିର ଚିଠା ତାଲିକା

ଭୁବନେଶ୍ଵର,୦୯/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଆଜି ପ୍ରକାଶ ପାଇଛି ନୂଆ କୃଷି ନୀତିର ଚିଠା ତାଲିକା, ଯେଉଁଥିରେ କାଳିଆ ଯୋଜନା ଓ ଚାଷୀଙ୍କ ଆୟ ବୃଦ୍ଧି ଉପରେ ଫୋକସ୍ କରାଯାଇଛି ।

ଏହା ସହ ଏଥିରେ ଜଳସେଚନ ସମେତ ଉଦ୍ୟାନ କୃଷି ଓ ପଶୁପାଳନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ତେବେ ଆଗାମୀ ୫ ବର୍ଷ ଯାଏଁ ‘କାଳିଆ’ ଯୋଜନା ଚାଲୁ ରଖିବାକୁ ଚିଠାରେ ପ୍ରସ୍ତାବ ଦିଆଯାଇଛି । ପ୍ରାୟ ୧୭ ଜିଲ୍ଲାରେ ଚାଷୀଙ୍କ ଆୟ କମ୍ ଥିବା ରିପୋର୍ଟରେ ଉଲ୍ଲେଖ ରହିଥିବା ବେଳେ କାଳିଆ ଯୋଜନାରେ ସଫଳତା ପାଇଥିବା ଚାଷୀ ପୁରସ୍କୃତ ହେବେ ବୋଲି କୁହାଯାଇଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top