Home ଓଡ଼ିଶା ପ୍ରକାଶପାଇଲା ଦ୍ୱାଦଶ ଶ୍ରେଣୀ CBSE ପରୀକ୍ଷା ଫଳ: ହଂସିକା ଶୁକ୍ଲା ଏବଂ କରିଶ୍ମା ଆରୋରା ଟପର-...

ପ୍ରକାଶପାଇଲା ଦ୍ୱାଦଶ ଶ୍ରେଣୀ CBSE ପରୀକ୍ଷା ଫଳ: ହଂସିକା ଶୁକ୍ଲା ଏବଂ କରିଶ୍ମା ଆରୋରା ଟପର- କିପରି ରେଜଲ୍ଟ ଦେଖିବେ ପଢ଼ନ୍ତୁ

3043

ନୂଆ ଦିଲ୍ଲୀ ୨ ମଇ (ଓଡ଼ିଆ ପୁଅ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ନୂଆ ଦିଲ୍ଲୀ ଅର୍ଥାତ୍ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (CBSE) ଗୁରୁବାର ଅର୍ଥାତ ୨ ମଇ କୁ ଦ୍ୱାଦଶ ଶ୍ରେଣୀର ଫଳାଫଳ ଘୋଷଣା କରିଛି। ପରୀକ୍ଷାର୍ଥୀ ଫଳାଫଳକୁ CBSE ର ଅଫିସିଆଲ ୱେବସାଇଟ cbse nic in ରେ ଚେକ କରିପାରନ୍ତି। ଦ୍ୱାଦଶରେ ୮୩.୪ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସିବିଏସ୍ଇ ରେକର୍ଡ ୨୮ ଦିନରେ ରେଜଲ୍ଟ ପ୍ରକାଶ କରିଛି। ପରୀକ୍ଷାରେ ଛାତ୍ରୀମାନେ ବାଜୀ ମାରିଛନ୍ତି। ଏଥର ଛାତ୍ରୀଙ୍କର ପାଶ୍ ହାର ୮୮.୭ ପ୍ରତିଶତ ଏବଂ ଛାତ୍ରଙ୍କର ୭୯.୯ପ୍ରତିଶତ ହୋଇଛି।

ଏଥର ଟପର ଦୁଇଜଣ ଛାତ୍ରୀ ହୋଇଛନ୍ତି। ହଂସିକା ଶୁକ୍ଲା ଦ୍ୱାଦଶ ଶ୍ରେଣୀରେ ଟପ କରିଛନ୍ତି। ହସିଂକା ଶୁକ୍ଲା ୪୯୯ ନମ୍ବର ପାଇଛନ୍ତି। ସେ ଡିଏସପି ମିରଟ ରୋଡ ଗାଜିଆବାଦର ଛାତ୍ରୀ ଅଟନ୍ତି। ଅପର ପକ୍ଷେ କରିଶ୍ମା ଅରୋଡ଼ା ଏସଡି ପବ୍ଲିକ ସ୍କୁଲ ମୁଜଫ୍ଫର ନଗର ଉତ୍ତର ପ୍ରଦେଶର ଛାତ୍ରୀ। ୪୯୯ ନମ୍ବର ରଖି କରିଶ୍ମା ଅରୋଡ଼ା ମଧ୍ୟ ଟପ କରିଛନ୍ତି। ଏଥର ଦ୍ୱିତୀୟ ସ୍ଥାନରେ ମଧ୍ୟ ତିନିଜଣ ୪୯୮ ନମ୍ବର ରଖିଛନ୍ତି। ଏମାନଙ୍କ ମଧ୍ୟରେ ଗୌରାଂଗୀ ଚାୱଲା, ନିର୍ମଲ ଆଶ୍ରମ ଦୀପ ମାଲା ପବ୍ଲିକ ସ୍କୁଲ ଋଷିକେଶ ଏବଂ ଐଶ୍ଵର୍ଯା କେନ୍ଦ୍ରୀୟ ବିଦ୍ୟାଳୟ ରାୟ ବରେଲୀ, ଭବ୍ୟା ବିଆରେସକେ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ ହରିୟାଣାର ଅଟନ୍ତି।

୧୩ ଲକ୍ଷ ଛାତ୍ର ଏଥର ସିବିଏସ୍ଇ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରେ ୭୪୮୪୯୮ ଛାତ୍ର ଏବଂ ୫୩୮୮୬୧ ଛାତ୍ରୀ ପରୀକ୍ଷା ଦେଇଥିଲେ। ଆପଣଙ୍କୁ କୁହାଯାଇପାରେଯେ, କି ଏଥର ସିବିଏସ୍ଇ ବୋର୍ଡର ପରୀକ୍ଷା ୧୫ ଫେବ୍ରୁଆରୀରୁ ୪ ଅପ୍ରିଲ ମଧ୍ୟରେ ଆୟୋଜିତ ହୋଇଥିଲା। ଗତ ବର୍ଷ ୨୦୧୮ ରେ ସିବିଏସ୍ଇ ଦଶମ ପରୀକ୍ଷା ଫଳ ୨୯ ମଇ ୨୦୧୮ ଏବଂ ଦ୍ୱାଦଶ ପରୀକ୍ଷା ଫଳ ୨୬ ମଇ ୨୦୧୮ ରେ ପ୍ରକାଶ କରିଥିଲା।

CBSE board ଦ୍ୱାଦଶ ଫଳାଫଳ ୱେବସାଇଟ www.cbseresults.nic.in ଏବଂ www.cbse.nic.in ରେ ପ୍ରକାଶ ପାଇଛି।

CBSE Results 2018: ୱେବବସାଇଟ ରେ ଏପରି କରନ୍ତୁ ଚେକ
ଛାତ୍ରମାନେ ଅଫିସିଆଲ ୱେବସାଇଟ cbse.nic.in, cbseresults.nic.in ଏବଂ results.nic.in ଙ୍କ ଉପରେ ମଧ୍ୟ ରେଜଲ୍ଟ ଚେକ କରିପାରନ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.