Home କଳାହାଣ୍ଡି ତଦନ୍ତ ପାଇଁ ଯାଇ ସାଧା କଗଜରେ ସ୍ୱାକ୍ଷର ସଂଗ୍ରହ ଅଭିଯୋଗ: ଠକ ଶିକ୍ଷକଙ୍କୁ ବଂଚାଇବା ପାଇଁ...

ତଦନ୍ତ ପାଇଁ ଯାଇ ସାଧା କଗଜରେ ସ୍ୱାକ୍ଷର ସଂଗ୍ରହ ଅଭିଯୋଗ: ଠକ ଶିକ୍ଷକଙ୍କୁ ବଂଚାଇବା ପାଇଁ ଏବିଇଓଙ୍କ ଚଂଚକତା ଅଭିଯୋଗ।

992

ଳାହାଣ୍ଡି ଜିଲ୍ଲା – ୦୧.୦୫.୨୦୧୯ (ଓଡିଆ ପୁଅ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧୁ୍ୟଷିତ ଦୁନ୍ଦେଲମାଲସ୍ଥିତ ଉନ୍ନୀତ ହାଇସ୍କୁଲ ରେ ବିଗତ ଦିନରେ ହୋଇଥିବା ଏମଡିଏମ ହେରାଫେରୀ ଘଟଣାର ତଦନ୍ତ ପାଇଁ ଜୁନାଗଡ ବିଇଓ ଙ୍କ ସମେତ ଏବିଇଓ ଶ୍ରୀ ନବ କିଶୋର ପାଢୀ ପ୍ରମୂଖ ଯାଇଥିବା ବେଳେ ସ୍କୁଲ କମିଟୀ ସଭାପତି ଓ ଅନ୍ୟ ମାନଙ୍କ ପାଖରୁ ସାଧା ସଫେଦ କାଗଜରେ ସ୍ୱାକ୍ଷର ସଂଗ୍ରହ କରାଯାଇ ଥିବା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ ହୋଇଛି। ଜୁନାଗଡ ବିଇଓ ସଠିକ ତଥ୍ୟ ସଂଗ୍ରହ କରିବାକୁ ଚାହୁଁଥିବା ବେଳେ ଏବିଇଓ ଖାମଖିଆଲି ଭାବେ ଯେଣତେଣ ପ୍ରକାରେଣ ତଦନ୍ତ ସାରିଦେବାକୁ ପ୍ରବର୍ତାଉଥିବା କୁହାଯାଉଛି। ମୋଟାମୋଟି ଭାବେ ଏବିଇଓ ଶ୍ରୀ ପାଢୀ ତଦନ୍ତକୁ ଶୀଥିଳ କରାଇ ଦେଇ ଘଟନାକୁ ଭିନ୍ନ ମୋଡ ଦେଇଦେବାକୁ ଏକପ୍ରକାର ଚକ୍ରାନ୍ତ କରୁଥିବା ମଧ୍ୟ କୁହାଯାଉଛି। ଏକଥା ଯଦିଓ ସତ୍ୟ ହୋଇଥାଏ ତେବେ ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଡକ୍ୟୁମେଂଟାରୀ ପ୍ରମାଣ ଥିବା ଏହି ଏମଡିଏମ ହେରାଫେରୀ ଘଟଣା ସଂପର୍କରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ସୂଚନା ଯୋଗ୍ୟ ଯେ, ବିଇଓ ଅଫିସରେ ଧରାଧରୀ କରି ଦୁନ୍ଦେଲମାଲ ଉନ୍ନୀତ ହାଇସ୍କୁଲକୁ ଡେପୁଟେସନରେ ଯାଇ ପ୍ରଧାନ ଶିକ୍ଷକ ଦାୟୀତ୍ୱ ହାତେଇ ନେଇଥିବା ତକ୍ରାଳୀନ ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ଭୋଜନ ହେରାଫେରୀ କରୁଥିବା ଜିଲ୍ଲାପ୍ରଶାସନ ପାଖରେ ଅଭିଯୋଗ ହେବାପରେ ତକ୍ରାଳୀନ ଧର୍ମଗଡ ଉପଜିଲ୍ଲାପାଳ ଉକ୍ତ ଘଟଣାର ତଦନ୍ତ କରିଥିଲେ। ଉପଜିଲ୍ଲାପାଳ ଦୁନ୍ଦେଲମାଲ ସ୍କୁଲରେ ତଦନ୍ତ କରୁଥିବା ସମୟରେ କମ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ଜାଣିବାକୁ ପାଇଥିଲେ। ସେହି ସମୟରେ ଉକ୍ତ ପ୍ରଧାନ ଶିକ୍ଷକ ଜଣକ ସ୍କୁଲରେ ଅନୁପସ୍ଥିତ ଥିବା ବେଳେ ଅଧିକ ଛାତ୍ରଛାତ୍ରୀ ସ୍କୁଲରେ ଉପସ୍ଥିତ ଥିବା ଦର୍ଶାଇ ଏମଡିଏମ ସଂକ୍ରାନ୍ତରେ ନିଜ ମୋବାଇଲ ଦ୍ୱାରା ଏସଏମଏସ ପ୍ରେରଣ କରିଥିଲେ। ଏହି ଘଟଣାରେ ସଂପୃକ୍ତ ପ୍ରଧାନ ଶିକ୍ଷକ ଧନଂଜୟ ପାଢୀଙ୍କୁ ସସପେଣ୍ଡ କରାଯିବା ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପରେ ସଂପୃକ୍ତ ଶିକ୍ଷକ ନିଜକୁ ସଂଘ ପରିବାରର ସଭ୍ୟ ବୋଲି ଦର୍ଶାଇ ରାସ୍ତା ଘାଟରେ ବିଭିନ୍ନ ପ୍ରକାର ଗାଳିଗୁଲଜ କରିବୁଲିବା ସହିତ ଡିଇଓ ଏବଂ ବିଇଓ ଅଫିସରେ ବିଭିନ୍ନ ପ୍ରକାର ଚାପ ପକାଇଥିବା ଚର୍ଚ୍ଚା ହୋଇଥିଲା। ବର୍ତମାନର ଏବିଇଓ ଶ୍ରୀ ନବ କିଶୋର ପାଢୀ ଜିଲ୍ଲା ସଂଘ ଚାଲକ ଭାବେ ଦାୟୀତ୍ୱ ନେବା ପରେ ଉକ୍ତ ଘଟନାକୁ ରଫା ଦଫା କରିଦେବାକୁ ଉଦ୍ୟମ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି। ନିଜର ସହେଯାଗୀକୁ ବଂଚାଇବା ଲାଗି ଶ୍ରୀ ପାଢୀ ଏଭଲି ଭାବେ ଅଲେଖା କାଗଜରେ ସ୍ୱାକ୍ଷର ସଂଗ୍ରହ କରୁଥିବା ବିଷୟ ଆଲୋଚନା ହେଉଛି। ଏହା ଯଦିଓ ସତ୍ୟ ହୋଇଥାଏ ତେବେ ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ପ୍ରକୃତ ଦୋଷୀ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏସଂପର୍କରେ ବିଇଓଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ପୁନର୍ବାର ଘଟଣାର ତଦନ୍ତ କରା୍ାଇ ସଠିକ ତଥ୍ୟ କର୍ତ୍ତୃପକ୍ଷଙ୍କୁ ଦାଖଲ କରିବେ ବୋଲି କହିଛନ୍ତି। ଏସଂପର୍କରେ ବିଇଓଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ପୁନର୍ବାର ଘଟଣାର ତଦନ୍ତ କରାଇ ସଠିକ ତଥ୍ୟ କର୍ତ୍ତୃପକ୍ଷଙ୍କୁ ଦାଖଲ କରିବେ ବୋଲି କହିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଏବିଇଓ ନବକିଶୋର ପାଢୀଙ୍କ ନିଜସ୍ୱ ଗ୍ରାମ ଦେଉଣ୍ଡିରେ ଥିବା ପ୍ରାଥମିକ ସ୍କୁଲରେ ମଧ୍ୟ ଏଭଲି ଅନିୟମିତତା ଦେଖାଦେଇଥିବା ବେଳେ ସେଠାରେ ଥିବା ଠକ ଶିକ୍ଷକ ମାନଙ୍କୁ ସୁହାଇବା ଭଲି ଚଂଚକତାର ସହ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଶ୍ରୀ ପାଢୀ ସଂଗ ପରିବାରର ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ ହୋଇଥିବା ହେତୁ ସଂଘ ସହ ଜଡିତ ଥିବା ଠକ ଶିକ୍ଷକ ମାନଙ୍କୁ ଏଭଲି ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଏସବୁ ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦୃଢ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.