Home ଜିଲ୍ଲା ପରିକ୍ରମା ପୌରପାଳିକାର ସ୍ୱଚ୍ଛ ଚର୍ଚ୍ଚା ଦିବସ ପାଳିତ, କୋବିଡ଼ ପରିପ୍ରେକ୍ଷୀରେ ସ୍ୱଚ୍ଛତା ପାଳନ ଉପରେ ଗୁରୁତ୍ୱାରୋପ

ପୌରପାଳିକାର ସ୍ୱଚ୍ଛ ଚର୍ଚ୍ଚା ଦିବସ ପାଳିତ, କୋବିଡ଼ ପରିପ୍ରେକ୍ଷୀରେ ସ୍ୱଚ୍ଛତା ପାଳନ ଉପରେ ଗୁରୁତ୍ୱାରୋପ

12

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ‘ସ୍ୱଚ୍ଛ ଚର୍ଚ୍ଚା ଦିବସ’ ପାଳନ କରାଯାଇଛି । ଏଥିରେ ସହରାଞ୍ଚଳର ସ୍ୱଚ୍ଛତା ସମୀକ୍ଷା କରାଯିବା ସହିତ ଆଗାମୀ କୋବିଡ଼ ଦ୍ୱିତୀୟ ଲହର ପାଇଁ ସହରବାସୀଙ୍କୁ ସଚେତନତ କରାଯିବା ଓ ଆବର୍ଜନାମୁକ୍ତ ସହର ଭାବେ ଭଦ୍ରକକୁ ପରିଗଣିତ କରାଯିବା ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟ ଆଲୋଚ୍ୟ ବିଷୟ ଉପରେ ସହରାଞ୍ଚଳକୁ ସ୍ୱଚ୍ଛ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସହରକୁ ସ୍ୱଚ୍ଛ କିପରି ରଖାଯାଇ ପାରିବ ଏବଂ ସେ ଦିଗରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜରମାନଙ୍କ କାର୍ଯ୍ୟାବଳୀ ଉପରେ ଆଲୋଚନା କରାଯାଇଥିଲା । ବ୍ୟବସାୟୀମାନେ ସେମାନଙ୍କ ପ୍ରତିଷ୍ଠାନ ସମ୍ମୁଖରେ ଅଳିଆ ଡବା (ଡଷ୍ଟବିନ୍‌) ରଖିବେ ଏବଂ ସମସ୍ତ ଅଳିଆକୁ ସେଥିରେ ପକାଇବେ । ପୌର ପରିଷଦ ପକ୍ଷରୁ ଉକ୍ତ ଅଳିଆ ସଂଗ୍ରହ କରିବେ । ଏହାଛଡା ପ୍ରତ୍ୟେକ ପରିବାର ସେମାନଙ୍କ ଅଳିଆକୁ ବାହାରେ ନ ଫିଙ୍ଗି ଘର ପାଖକୁ ଯାଉଥିବା ଅଳିଆ ଗାଡିରେ ସ୍ୱଚ୍ଛସାଥୀଙ୍କୁ ଦେବାକୁ ଅନୁରୋଧ କରାଯାଇଥିଲା । ଏହାର ବ୍ୟତିକ୍ରମ ଯେପରି ନହୁଏ ସେଥିପ୍ରତି ସ୍ୱଚ୍ଛ ସୁପରଭାଇଜରମାନେ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଥିଲା । ଏହା ଉଲଂଘନ କରୁଥିବା ହୋଟେଲ, ମଣ୍ଡପ ଓ ଦୋକାନୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା । ପୌରପାଳିକା ପକ୍ଷରୁ ଆବର୍ଜନା ସଂଗ୍ରହ ପାଇଁ ଯାଉଥିବା କର୍ମଚାରୀ ଯଦି ଆବର୍ଜନା ସଂଗ୍ରହ ନକରନ୍ତି ତେବେ ୧୪୪୨୦ ହେଲ୍‌ପ୍ ଲାଇନ ନମ୍ବରରେ ଜଣାଇବାକୁ ସହରବାସୀଙ୍କୁ ପରାମର୍ଶ ଦିଆଯାଇଛି । ପୌରପାଳିକା ଅଧିବାସୀ ବାହାରେ ମଳ ତ୍ୟାଗ ନକରି ନିଜସ୍ୱ ଶୌଚାଳୟ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା । ଏଥିପାଇଁ ସ୍ୱଚ୍ଛ ସୁପରଭାଇଜର ମାନେ ସହଯୋଗ କରିବାକୁ କୁହାଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ର, ପିଡି ଡିଆର୍‌ଡିଏ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ପୌର ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ, ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ବ୍ୟବସାୟ ପ୍ରତିଷ୍ଠାନର ମାଲିକ, ହୋଟେଲ ମାଲିକ, ମଣ୍ଡପ ମାଲିକ, ବୁଦ୍ଧିଜୀବୀ, ପୌର କର୍ମଚାରୀ ଓ ଅଧିକାରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.