Home Top News ପୁରୁଷ ବିଶ୍ୱକପ ହକି ୨୦୨୩ ପାଇଁ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ : ବିଶ୍ୱସ୍ତରୀୟ ଚମତ୍କାର...

ପୁରୁଷ ବିଶ୍ୱକପ ହକି ୨୦୨୩ ପାଇଁ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ : ବିଶ୍ୱସ୍ତରୀୟ ଚମତ୍କାର ଇଭେଣ୍ଟ ପାଇଁ ଅଣ୍ଟାଭିଡ଼ିଲାଣି ରାଜ୍ୟ

47

ଭୁବନେଶ୍ୱର, ୨୨ ଅଗଷ୍ଟ (ଓଡ଼ିଆ ପୁଅ) ୨୦୨୩ ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ କିପରି ଏକ ବିଶ୍ୱସ୍ତରୀୟ ଚମତ୍କୃତ ଇଭେଣ୍ଟ ହେବ ସେଥିପାଇଁ ରାଜ୍ୟ ସରକାର ଅଣ୍ଟାଭିଡ଼ିବା ଆରମ୍ଭ କରିଛନ୍ତି। ଏ ନେଇ ପ୍ରତ୍ୟେକ ସ୍ତରରେ ଏବଂ ରାଜ୍ୟର ପ୍ରତ୍ୟେକ ବିଭାଗର ସହଯୋଗର ଆବଶ୍ୟକତା ରହିଛି। ହକି ପୁରୁଷ ବିଶ୍ୱକପ୍ ୨୦୧୮ ରେ ବିପୁଳ ସଫଳତା ପାଇବା ପରେ ରାଜ୍ୟ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରୁଛି। ବର୍ତ୍ତମାନଠାରୁ କିଛି ମାସ ମଧ୍ୟରେ ରାଜ୍ୟ ପୁଣିଥରେ ୨୦୨୩ ରେ ହକି ପୁରୁଷ ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଛି। ପୂର୍ବ ଇଭେଣ୍ଟ ତୁଳନାରେ ଏହି ସଂସ୍କରଣକୁ କିପରି ବଡ଼ ସଫଳତାର ସହିତ ଏବଂ ଉନ୍ନତ ମାନର ହେବ ତାହା ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ତରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ବୈଠକ ଲୋକ ସେବା ଭବନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଶାସନ ସଚିବ, ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫T ସଚିବ ଭି କେ ପାଣ୍ଡିଆନ୍ ଏବଂ ବିଭିନ୍ନ ବିଭାଗର ମୁଖ୍ୟଶାସନ ସଚିବମାନେ ଯୋଗଦେଇଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ କଟକ ଏବଂ ରାଉରକେଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।

ଏକାସାଙ୍ଗରେ ଦୁଇଟି ସହରରେ ଏହି ଇଭେଣ୍ଟ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଥିଲେ। ଏହା ଏକ ଆହ୍ୱାନ ବୋଲି ସମ୍ବୋଧନ କରି ଏହା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ଖେଳାଳି, ଅଧିକାରୀ, ପ୍ରଶଂସକ ଏବଂ ଦର୍ଶକଙ୍କ ପାଇଁ ଏକ ସୁଗମ, ସଫଳ ଏବଂ ସ୍ମରଣୀୟ ବିଶ୍ୱକପ ନିଶ୍ଚିତ କରିବା ଆମର ପ୍ରତିଜ୍ଞା। ଆମେ ଉତ୍ସାହର ସହିତ ବିଶ୍ୱର ଶୀର୍ଷ ଦଳଗୁଡିକୁ ସ୍ୱାଗତ କରିବାକୁ ଅପେକ୍ଷା କରିଛୁ। କିଛି କ୍ଷେତ୍ର ଏଭଳି ଅଛି ଯାହାକି ବିଶେଷ ଧ୍ୟାନ ଆବଶ୍ୟକ କରେ ଏବଂ ଆମେ ଏହାର ବିକାଶ ଦିଗରେ ପର୍ଯ୍ୟାୟକ୍ରମେ ସମୀକ୍ଷା କରିବୁ ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି।

ବିଭିନ୍ନ ସରକାରୀ ବିଭାଗ ନିରବଚ୍ଛିନ୍ନ ଭାବରେ ଏବଂ ଦକ୍ଷତାର ସହିତ କାର୍ଯ୍ୟ କରିଛନ୍ତି ଏବଂ ୨୦୧୮ ରେ ଏକ ଅଭୂତପୂର୍ବ ସଫଳତା ପରେ ଆମ ଭାବମୂର୍ତ୍ତି ବିଶ୍ୱରେ ପ୍ରଭାବ ପକାଇଛି ଏବଂ ଏହି ସଂସ୍କରଣ ମଧ୍ୟ କିଭଳି ସଫଳତାର ସହ ଚମତ୍କୃତ ହେବ ସେଥିପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫T ସଚିବ କହିଛନ୍ତିଯେ, ଦୁଇଟି ସ୍ଥାନରେ ଏହା ପୂର୍ବରୁ କେବେ ଏଭଳି ଇଭେଣ୍ଟ ହୋଇ ନଥିଲା ଏବଂ ଆନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ କରିବାରେ ଓଡିଶା ଏକ ମାନଦଣ୍ଡ ସ୍ଥିର କରିଛି ଆମେ ଏଥିପାଇଁ ଅତ୍ୟଧିକ ଗର୍ବିତ ହେବା ଉଚିତ୍। ସେ ଏହା ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଆମକୁ ଏହି ବିଶ୍ୱକପକୁ ଏକ ଉଲ୍ଲେଖନୀୟ ଆୟୋଜକ ଭାବରେ ନୁହେଁ ବରଂ ରାଜ୍ୟର କଳା, ସଂସ୍କୃତି ଏବଂ ଐତିହ୍ୟକୁ ବିଶ୍ୱସ୍ତରରେ ପ୍ରଦର୍ଶନ କରିବାର ସୁଯୋଗ ଭାବରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେ ସମସ୍ତ ବିଭାଗ ମୁଖ୍ୟଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଉତ୍ସାହିତ କରିବା ସହିତ ଖେଳାଳି ଏବଂ ପ୍ରଶଂସକଙ୍କ ପାଇଁ ଏହି ଇଭେଣ୍ଟ କିପରି ସ୍ମରଣୀୟ ଅଭିଜ୍ଞତା ନେଇ ଫେରିବେ ତାହା ନିଶ୍ଚିତ କରିବାକୁ ପଡ଼ିବ ବୋଲି ପ୍ରକାଶ କରିଥିଲେ।

ଓଡ଼ିଶା ସରକାରଙ୍କର କ୍ରୀଡ଼ା ସଚିବ, ଆର ଭିନିଲ କୃଷ୍ଣା ଆଗାମୀ ରୋଡ ମ୍ୟାପ ଉପସ୍ଥାପନ କରିଥିଲେ। କୋ ହୋଷ୍ଟ ସିଟି ରାଉରକେଲାରେ ଭିତ୍ତିଭୂମି ତଥା ଅନ୍ୟାନ୍ୟ ସୁବିଧାଗୁଡ଼ିକର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି ଏବଂ ଏହାର ବିକାଶ ଉପରେ ତୀକ୍ଷ୍ଣ ନଜର ରଖାଯିବ ଏବଂ ଆସନ୍ତା ମାସରେ ଏହା ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି।

ରାଉରକେଲାର ନବୀକରଣ ଏବଂ ସୌନ୍ଧର୍ଯ୍ୟକରଣ ସହ ଜଡିତ ଅନ୍ୟାନ୍ୟ ଦିଗ ମଧ୍ୟ ଜିଲ୍ଲା ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଛି। ଭୁବନେଶ୍ୱରରେ କିଛି ମାସ ପୂର୍ବରୁ କଳିଙ୍ଗ ହକି ଷ୍ଟାଡିୟମରେ ବିକାଶ କାର୍ଯ୍ୟ ହୋଇଛି।

ଉଭୟ ଭୁବନେଶ୍ୱର ଏବଂ ରାଉରକେଲାରେ ବିଶ୍ୱକପ୍‌ର ସାମଗ୍ରିକ ସୁଗମ ତଥା ସଫଳ ଆୟୋଜନ ପାଇଁ ସୁରକ୍ଷା, ଅଗ୍ନି ନିରାପତ୍ତା, ପରିବହନ, ସଂଯୋଗ, ଆବାସ, ପର୍ଯ୍ୟଟନ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା, ଅର୍ଥ, ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ର ପାଇଁ ଆବଶ୍ୟକତା, ଭୂମିକା ଏବଂ ଦାୟିତ୍ତ୍ୱ ବିଷୟରେ ଆଲୋଚନା ହୋଇଛି। ସୁରକ୍ଷା, ଅଗ୍ନି ନିରାପତ୍ତା, ପରିବହନ, କନେକ୍ଟିଭିଟି, ଆବାସ, ପର୍ଯ୍ୟଟନ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା, ଅର୍ଥ, ସର୍ବସାଧାରଣ କାର୍ଯ୍ୟ ସହିତ ବିଭିନ୍ନ କ୍ଷେତ୍ର ପାଇଁ ଭୂମିକା ଏବଂ ଦାୟିତ୍ତ୍ୱ ଉପରେ ଆଲୋଚନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.