Home ଆମ ସଂସ୍କୃତି, କଳା ଓ ଐତିହ୍ୟ ପୁରରେ ବିଶ୍ୱକର୍ମା ପୂଜା ପାଇଁ ଯାନ୍ତ୍ରୀକ ଅନୁଷ୍ଠାନଗୁଡିକ ଥିଲେ ଉତ୍ସବ ମୁଖର

ପୁରରେ ବିଶ୍ୱକର୍ମା ପୂଜା ପାଇଁ ଯାନ୍ତ୍ରୀକ ଅନୁଷ୍ଠାନଗୁଡିକ ଥିଲେ ଉତ୍ସବ ମୁଖର

155

ପୁରୀ, ୧୭/୯ (ଓଡ଼ିଆ ପୁଅ/ ବିଜୟ ପଟ୍ଟନାୟକ) – ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ସହରରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। କାଠଅଡ଼ା, ଲେଦ୍ ଓ ଗ୍ୟାରେଜ ଗୁଡ଼ିକରେ କାରିଗରମାନେ ଦେବଶିଳୀଙ୍କ ପୂଜା ଉତ୍ସବକୁ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରିଛନ୍ତି। ଏଥିପାଇଁ ନିର୍ମାଣକାର୍ଯ୍ୟ ବନ୍ଦ ରହିବା ସହ ଦୋକାନଗୁଡ଼ିକୁ ଆକର୍ଷଣୀୟ ଭାବେ ସଜିତ କରାଯାଇଛି। ନିର୍ମାଣ ସାମଗ୍ରୀ ଗୁଡ଼ିକ ପୂଜାରେ ବସିବା ସହ ବିଶ୍ୱକର୍ମାଙ୍କ ପୂଜା କରାଯାଇଥିଲା। ବିଦ୍ୟୁତ୍ ବିଭାଗ ପାୱାର ହାଉସ ପରିସରରେ ପାଳିତ ହୋଇଛି ବିଶ୍ୱକର୍ମା ପୂଜା। ପୂଜାରେ ଡ଼ିଭିଜନ ସଂପାଦକ ରମେଶ ମହାନ୍ତି କାର୍ତାଭାବେ କାର୍ଯ୍ୟ ସଂପାଦନ କରିଥିଲେ। ପୁରୋହିତଙ୍କ ଦ୍ୱାରା ହୋମାଦି କାର୍ଯ୍ୟ ଶେଷ ହେବା ପରେ କର୍ମଚାରୀମାନେ ପୁଷ୍ପାଞଳୀ ଦେଇଥିଲେ। ସେହିପରି ଷ୍ଟେସନ ପରିସର ରେଳବାଇ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି ବିଶ୍ୱକର୍ମା ପୂଜା। ବିଭାଗୀୟ ଯନ୍ତ୍ରୀ ପୂଜାରେ କର୍ତାଭାବେ କାର୍ଯ୍ୟ ସଂପାଦନ କରିଥିଲେ। ହୋମାଦି କାର୍ଯ୍ୟ ଶେଷ ହେବା ପରେ କର୍ମଚାରୀମାନେ ପୁଷ୍ପାଞଳି ପ୍ରଦାନ କରିବା ସହ ପ୍ରସାଦ ସେବନ କରିଥିଲେ। ସେହିପରି ଅମଲାକ୍ଳବ ସମ୍ମୁଖ ଆଇ, ଆଇଏ.ଏସ୍ ଆଇଟିଆଇ, ଗାମ୍ୟଜଳଯୋଗାଣ ଓ ପରିମଳ ଉପଖଣ୍ଡ କାର୍ଯ୍ୟାଳୟ, ଷ୍ଟେସନ ଛକସ୍ଥିତ ବିଦ୍ୟୁତ୍ ୪ ନମ୍ବର କାର୍ଯ୍ୟାଳୟ, ଜନସ୍ୱାସ୍ଥ୍ର ବିଭାଗ ୧ ନମ୍ବର ସେକସନ୍, ପିଡ଼ବ୍ଲ୍ୟୁଡ଼ି କାର୍ଯ୍ୟାଳୟ, ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି, ସାଲବେଗ ମନ୍ଦିର ସମ୍ମୁଖରେ ପୁରୀଜିଲ୍ଲା ବିଶ୍ୱକର୍ମା ମହାସଭା ଟ୍ୟାକସି ଚାଳକ ସଂଘ ପକ୍ଷରୁ ପାଳିତ ହୋଇଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ। ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ବଡ଼ ବଡ଼ ତୋରଣ ଓ ବିଶ୍ୱକର୍ମାଙ୍କ ପୂଜା ମଣ୍ଡପ। ସହର ଚଳଚଞ୍ଚଳ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.