Home ଓଡ଼ିଶା ପୁଣି ଚର୍ଚ୍ଚାରେ ଏସପି ସାରା ଶର୍ମା : ପୋଲିସ, ଅର୍ଦ୍ଧସାମରିକ ବାହିନୀ ଓ ସେନାରେ ନିଯୁକ୍ତି...

ପୁଣି ଚର୍ଚ୍ଚାରେ ଏସପି ସାରା ଶର୍ମା : ପୋଲିସ, ଅର୍ଦ୍ଧସାମରିକ ବାହିନୀ ଓ ସେନାରେ ନିଯୁକ୍ତି ପାଇଁ ୨୦ ଦିନିଆ ପ୍ରଶିକ୍ଷଣ

174

ଗଜପତି, ୦୧/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ପୁଣି ଚର୍ଚ୍ଚାରେ ଗଜପତି ଜିଲ୍ଲା ଏସପି ସାରା ଶର୍ମା। ମହିଳା ଓ ଯୁବତୀଙ୍କ ସୁରକ୍ଷା ପାଇଁ ସି ଟିମ୍‌ପରେ ଏବେ ଆରମ୍ଭ କରିଛନ୍ତି ଏକ ନୂଆ କାର୍ଯ୍ୟକ୍ରମ ‘ଉଡାନ’। ଏଥିରେ ଜିଲ୍ଲାର ୧୫ ବର୍ଷରୁ ୨୨ ବର୍ଷର ଯୁବକ ଯୁବତୀମାନଙ୍କୁ ପୋଲିସ, ଅର୍ଦ୍ଧସାମରିକ ବାହିନୀ ଓ ସେନାରେ ନିଯୁକ୍ତି ପାଇଁ ୨୦ ଦିନିଆ ପ୍ରଶିକ୍ଷଣ ଦିଆଯିବ।

ଏଥିରେ ଯେଉଁମାନେ ଶାରୀରିକ କିମ୍ବା ଅନ୍ୟ କୌଣସି କାରଣରୁ ଯୋଗ୍ୟ ହୋଇପାରୁନାହାନ୍ତି ସେମାନଙ୍କ ପାଇଁ ମାଗଣାରେ ଧନ୍ଦାମୂଳକ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଉଛି। ପ୍ରଥମ ପର୍ଯାୟରେ ୫୦୦ଜଣ ଓ ଦ୍ୱିତୀୟ ପର୍ଯାୟରେ ପଞ୍ଜିକୃତ ପ୍ରାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ସାରା ଶର୍ମା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.