Home ଓଡ଼ିଶା ପୁଣି ଅଶାନ୍ତ ଗଞ୍ଜାମ, ଶୁଭିଲା ବୋମାମାଡ

ପୁଣି ଅଶାନ୍ତ ଗଞ୍ଜାମ, ଶୁଭିଲା ବୋମାମାଡ

316

ଗଞ୍ଜାମ,୨୩/୦୮,(ଓଡ଼ିଆ ପୁଅ/ ପି ନାଏକ): ପୁଣି ଅଶାନ୍ତ ଗଞ୍ଜାମ। କିଛି ଦିନର ନୀରବତା ପରେ ଫୁଟିଲା ବୋମା। ଗଞ୍ଜାମ-ସାନବଜାର ଛକରେ ବୋମାମାଡ଼ ହୋଇଛି । ପୂର୍ବତନ MP ପ୍ରତିନିଧିଙ୍କ ଗାଡିକୁ ଟାର୍ଗେଟ କରି ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ଫଳରେ ସୁଧୀର ପାଢୀ ଓ ତାଙ୍କ ଡ୍ରାଇଭର ଗଣେଷ ବାରିକ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୭ଟା ୩୦ରେ ସୁଧୀର ଓ ଗଣେଷ ଟାଟା ସୁମୋ ଗାଡିରେ ବସିଥିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମା ମାଡ କରି ଫେରାର ହୋଇଥିଲେ । ଗଞ୍ଜାମ ଏସପି ଘଟଣାର ତଦନ୍ତ କରୁଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବାରୁ ଦୋକାନ ବାଜର ସବୁ ବନ୍ଦ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.