Home ଓଡ଼ିଶା ଗ୍ରାହକଙ୍କ ପାଇଁ ଭୋଡାଫୋନର ନୂଆ ପ୍ଲାନ

ଗ୍ରାହକଙ୍କ ପାଇଁ ଭୋଡାଫୋନର ନୂଆ ପ୍ଲାନ

649

ନୂଆଦିଲ୍ଲୀ,୨୩/୦୮,(ଓଡ଼ିଆ ପୁଅ/ ପି ନାଏକ): ଭୋଡାଫୋନ ଇଣ୍ଡିଆ ନିଜ ଗ୍ରାହକଙ୍କ ପାଇଁ ଏକ ଲମ୍ବା ଅବଧି ବିଶିଷ୍ଟ ପ୍ରି-ପେଡ୍‌ ପ୍ଲାନ ଉପସ୍ଥାପନା କରିଛି। ଭୋଡାଫୋନ ଏହି ନୂଆ ପ୍ରି-ପେଡ୍‌ ପ୍ଲାନର ଦାମ ୨୯୯ଟଙ୍କା ରହିଥିବାବେଳେ ପ୍ଲାନର ବୈଧତା ରହିଛି ୭୦ ଦିନ। ଅବଶ୍ୟ ଏହି ନୁଆ ପ୍ରି-ପେଡ୍‌ ପ୍ଲାନରେ କିଛି ଅଭାବ ମଧ୍ୟ ରହିଛି ଯାହା ଗ୍ରାହକଙ୍କୁ ନିରାଶ କରାଇପାରେ।

ଭୋଡାଫୋନର ଏହି ପ୍ଲାନର ଫାଇଦା ବିଷୟରେ କହିବାକୁ ଗଲେ ଏହି ପ୍ଲାନରେ ଗ୍ରାହକଙ୍କୁ ୭୦ ଦିନର ବୈଧତା ସହିତ ସମସ୍ତ ନେଟଓ୍ଵାର୍କକୁ ଅନଲିମିଟେଡ୍‌ କଲିଂ ମିଳିବ। ଏହାଛଡା ପ୍ଲାନରେ ମୋଟ ୧,୦୦୦ ଏସଏମଏସ ପଠାଇବାର ସୁବିଧା ମଧ୍ୟ ମିଳିବ। ଅବଶ୍ୟ ଏଥିରେ ୩ଜିବି ୨ଜି/୩ଜି/୪ଜି ଡାଟା ମିଳିବ।

ଏହାସହିତ ଅନଲିମିଟେଡ୍‌ କଲିଂ ଏବଂ ମେସେଜର ବୈଧତା କେବଳ ୨୮ ଦିନର ଅଟେ। ଏହି ପ୍ଲାନରେ ରୋମିଙ୍ଗ୍‌ ମଧ୍ୟ କଲିଂ ଫ୍ରି ରହିଛି। ଏମିତିରେ ଭୋଡାଫୋନର ଏହି ପ୍ଲାନ ସେହି ଲୋକଙ୍କ ପାଇଁ ଫାଇଦା ହେବ ଯେଉଁମାନେ କମ୍‌ ଡାଟା ଏବଂ ବେଶି ବୈଧତାର ପ୍ଲାନ ଚାହୁଁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.