Home ଓଡ଼ିଶା ପିସିସି ଅନୁସୂଚୀତ ଜାତି ବିଭାଗ ପକ୍ଷରୁ ଶୁଭ୍ରମଣ୍ୟ ସ୍ୱାମୀଙ୍କ ଗିରଫ ଦାବିରେ ଏତଲା ଦାୟର ଓ...

ପିସିସି ଅନୁସୂଚୀତ ଜାତି ବିଭାଗ ପକ୍ଷରୁ ଶୁଭ୍ରମଣ୍ୟ ସ୍ୱାମୀଙ୍କ ଗିରଫ ଦାବିରେ ଏତଲା ଦାୟର ଓ କୁଶପୁତଳିକା ଦାହ

182

ଭୁବନେଶ୍ୱର ୧୨.୭ (ଓଡ଼ିଆ ପୁଅ) , ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ବିଭାଗ ପକ୍ଷରୁ ବିଜେପି ସାଂସଦ ଡ. ଶୁଭ୍ରମଣ୍ୟ ସ୍ୱାମୀ ଗତ ୫.୭.୨୦୧୯ ରିଖରେ ଅଖିଳ ଭାରତ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ ଆପେକ୍ଷ କରି ଯେଉଁ ଟିପ୍ପଣୀ ପ୍ରଦାନ କରିଛନ୍ତି ତାହାର ପ୍ରତିବାଦ ଓ ତାଙ୍କର ଗିରଫ ଦାବି କରି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ସହଅଧ୍ୟକ୍ଷ କ୍ୟାପିଟାଲ ଥାନାରେ ଏତଲା ଦାୟର କରିଛନ୍ତି। ଶ୍ରୀଯୁକ୍ତ ସ୍ୱାମୀ ଜଣେ ଆଇନଜୀବି ଓ ସଚେତନ ନାଗରିକ ହିସାବରେ ଏଭଳି ଆପେକ୍ଷ କରି ଜଣେ ଜାତୀୟ ସ୍ତରର ନେତାଙ୍କୁ ବଦନାମ କରିବାପାଇଁ ଯେଉଁ ଅଭିନବ ପ୍ରୟାସ ଜାରି ରଖିଛନ୍ତି ଏହା ବିଜେପିର ହିନ ରାଜନୀତି ଛଡ଼ା ଆଉ କିଛି ନୁହେଁ। ଏହାର ପ୍ରତିବାଦରେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ଶ୍ରୀଯୁକ୍ତ ସ୍ୱାମୀଙ୍କ କୁଶପୁତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗର ରାଜ୍ୟ କର୍ମକର୍ତା ଓ ଜିଲ୍ଲା ଅଧ୍ୟକ୍ଷ ଶ୍ରୀମତୀ ଜାନକୀ ମଲ୍ଲିକ, ସର୍ବେଶ୍ୱର ସେଠୀ, ଦେବେନ୍ଦ୍ର ଦାସ, ମୁନି ଥାପା, ରସାନନ୍ଦ ନାୟକ, ବାପି ନାୟକ, ଜ୍ୟୋତିଷ ସାହୁ, ଚିନ୍ମୟ ସୁନ୍ଦର ଦାସ, ତରୁଣକାନ୍ତ ମିଶ୍ର, ଲିଙ୍ଗରାଜ ସାହୁ, ଶୈଳେନ୍ଦ୍ର ମଜୁମଦାର, ନରେଶ ମହାନ୍ତି, ରଜନୀ ମହାନ୍ତି, ଦୀପକ ମହାପାତ୍ର, ରାଜକିଶୋର ବାରିକ, ଜୟକୃଷ୍ଣ ସୁବୁଦ୍ଧି, ଆତ୍ମାରାମ ପତି, ନିହାର ରଞ୍ଜନ ବଳ, ବୈଲୋଚନ ସାହୁ, ଦୀଲିପ ସ୍ୱାଇଁ, ନିହାର ରଞ୍ଜନ ମହାପାତ୍ର, ପବିତ୍ର ରଞ୍ଜନ ସେନାପତି, ତାରାକାନ୍ତ ବାରିକ, ନରେଶ ପାତ୍ର, କୁଳମଣି ସାହୁ ପ୍ରମୁଖ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.