Home ଓଡ଼ିଶା ପାଟକୁରା ନିର୍ବାଚନ ପାଇଁ କଂଗ୍ରେସର ଚୂଡ଼ାନ୍ତ ରୋଡ୍ ମ୍ୟାପ୍

ପାଟକୁରା ନିର୍ବାଚନ ପାଇଁ କଂଗ୍ରେସର ଚୂଡ଼ାନ୍ତ ରୋଡ୍ ମ୍ୟାପ୍

201

ଭୁବନେଶ୍ୱର ୧୨.୭ (ଓଡ଼ିଆ ପୁଅ) – ଆଗାମୀ ପାଟକୁରା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ରଣକୌଶଳ ପାଇଁ ଆଜି ଭୁବନେଶ୍ୱର କଂଗ୍ରେସ ଭବନ ପରିସରରେ ଏକ ପ୍ରସ୍ତୁତି ବୈଠକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ତୃଣମୁଳ ସ୍ତରର ନେତୃମଣ୍ଡଳୀ ଓ କର୍ମୀ କଂଗ୍ରେସ ଦଳର ସଶକ୍ତ ପ୍ରହରୀ ଓ ପୁଞ୍ଜି ଅଟନ୍ତି। ଉପସ୍ଥିତ ସମସ୍ତ ପାଟକୁରା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତୃମଣ୍ଡଳୀ ଦୃଢ଼ତା ଓ ସକ୍ରିୟତାର ସହ ଦଳୀୟ ପ୍ରାର୍ଥୀ ଜୟନ୍ତ ବାବୁଙ୍କୁ ବିଜୟୀ କରିବାପାଇଁ ଆପ୍ରାଣ ଉଦ୍ୟମ ଜାରିରଖିବାକୁ ଶ୍ରୀଯୁକ୍ତ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଦଳୀୟ ବିଧାୟକ ଓ ସାଂସଦମାନେ ଦୁଇରୁ ତିନିଦିନ ଧରି ପାଟକୁରାରେ କଂଗ୍ରେସର ମଙ୍ଗ ଧରିବାକୁ ଶ୍ରୀଯୁକ୍ତ ପଟ୍ଟନାୟକ ଆହ୍ୱାନ କରିଛନ୍ତି। ପାଟକୁରାର କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀ କଂଗ୍ରେସ ଦଳର ଏପରି କଠିନ ସମୟରେ ଅକ୍ଳାନ୍ତ ପରିଶ୍ରମ ଆଦୌ ବ୍ୟର୍ଥ ଯିବନାହିଁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ର ମତବ୍ୟକ୍ତ କରିଥିଲେ। ବୈଠକରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଜୟନ୍ତ ମହାନ୍ତି, କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେହୁରା, ବରିଷ୍ଠ ଆଇନଜୀବି ଧରଣୀଧର ନାୟକ, କେନ୍ଦ୍ରାପଡ଼ା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ, ମାନସ ମଲ୍ଲିକ, ପିସିସି ସାଧାରଣ ସଂପାଦକ ଆକବର ଅଲ୍ଲୀ, ସଂଗ୍ରାମ କେଶରୀ ଜେନା, ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ, ପିସିସି ମୁଖପାତ୍ର ସୁଦର୍ଶନ ଦାସ, ଜ୍ଞାନଦେବ ବେହୁରା, ମତ୍ସ୍ୟଜୀବୀ କଂଗ୍ରେସ ଅଧ୍ୟକ୍ଷ ହଳଧର ସେଠୀ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ର, ପିିସିସି ସଂପାଦକ ଆକାଶ ଭୁୟାଁ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିସ୍ମୟ ମହାପାତ୍ର, ଦେବେନ୍ଦ୍ର ସାହୁ, ଉମେଶ ଜେନାଙ୍କ ସମେତ ପାଟକୁରା ନିର୍ବାଚନ ମଣ୍ଡଳୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ନେତୃମଣ୍ଡଳୀ ଓ ବିଭିନ୍ନ ବିଭାଗ ଓ ପ୍ରକୋଷ୍ଠର ନେତୃମଣ୍ଡଳୀ ଯୋଗଦେଇ କଂଗ୍ରେସ ଦଳ ଓ ପ୍ରାର୍ଥୀଙ୍କ ନିମନ୍ତେ ନିଷ୍ଠା ଓ ସକ୍ରିୟତାର ସହିତ କାର୍ଯ୍ୟକରିବାକୁ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ପ୍ରତିଶୃତି ଦେଇଥିଲେ ବୋଲି ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଶ୍ରୀଯୁକ୍ତ ପଦ୍ମାକର ଗୁରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.