Home ଓଡ଼ିଶା ପିଓକେ ଭୂମିକମ୍ପ ରେ ମୃତ୍ୟୁ ସଂଖ୍ୟା ୩୧ ଛୁଇଁଲା

ପିଓକେ ଭୂମିକମ୍ପ ରେ ମୃତ୍ୟୁ ସଂଖ୍ୟା ୩୧ ଛୁଇଁଲା

184

ନୂଆଦିଲ୍ଲୀ,୨୫/୦୯,(ଓଡ଼ିଆ ପୁଅ ପି ନାଏକ): ପିଓକେରେ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୩୧କୁ ଛୁଇଁଲା । ଗତକାଲି ଅପରାହ୍ନ ୪ଟା ୩୨ ମିନିଟ୍‌ ରେ କରାଳରୂପ ଧାରଣ କରିଥିଲା ଭୂମିକମ୍ପ । ଭୂମିକମ୍ପ ଯୋଗୁଁ ପାକିସ୍ତାନ ଅଧିକୃତ କଶ୍ମୀର ଓ ପାକିସ୍ତାନର ଅନ୍ୟ କେତେକ ରାଜ୍ୟରେ ଏହାର ବହୁ ପ୍ରଭାବ ପଡିଛି । ପାକିସ୍ତାନ ଅଧିକୃତ କଶ୍ମୀର, ପାକିସ୍ତାନର ପଞ୍ଜାବ, ଖ୍ଵାଇବର ପଖତୁନଖ୍ଵାବା ରାଜ୍ୟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ।

ଏହି ଭୂମିକମ୍ପ ଯୋଗୁଁ୩୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ଥିଲା ବୋଲି ୟୁଏସ ଜିଓଲଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି । ଏହାର କେନ୍ଦ୍ରସ୍ଥଳ ପାକିସ୍ତାନ ଅଧିକୃତ କଶ୍ମୀରର ମୀରପୁରଠାରୁ ୧ କିମି ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା । ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.