Home ଓଡ଼ିଶା “ଜୟ ଶ୍ରୀରାମ” ନ୍ୟାରା ଲଗାଇବାରୁ ୧୭ ଛାତ୍ର ସସପେଣ୍ଡ!

“ଜୟ ଶ୍ରୀରାମ” ନ୍ୟାରା ଲଗାଇବାରୁ ୧୭ ଛାତ୍ର ସସପେଣ୍ଡ!

886

ପଶ୍ଚିମବଙ୍ଗ ନୁହେଁ, ଘଟଣା ଝାରଖଣ୍ଡର ଘଟଣା ..
ନୂଆଦିଲ୍ଲୀ: “ଜୟ ଶ୍ରୀରାମ” ନ୍ୟାରା ଲଗାଇବାରୁ ୧୭ ଜଣ ଛାତ୍ରଙ୍କୁ ଏକ ସ୍କୁଲରୁ ସସପେଣ୍ଡ କରି ଦିଆଯାଇଛି।ସ୍କୁଲ ଆସିବାକୁ ସେମାନଙ୍କୁ ବାରଣ କରାଯାଇଛି।ସ୍କୁଲ ପ୍ରିନ୍ସିପାଲ୍ ଏଲ୍ ପିଟରସନଙ୍କ କହିବା ଅନୁଯାୟୀ କ୍ୟାମ୍ପସ ଭିତରେ ଏହିପରି ନ୍ୟାରା ଲଗାଇବା କାରଣରୁ ପୂର୍ବରୁ ମଧ୍ୟ ବିବାଦ ହୋଇସାରିଛି।ଆମେ ଏଠାରେ କୌଣସି ବିବାଦ ଚାହୁଁ ନାହୁଁ।ତେଣୁ ପିଲାଙ୍କୁ ଅନୁଶାସନ ଭିତରେ ରଖିବା ପାଇଁ ସେମାନଙ୍କୁ ଷ୍ଟଡି ଲିଭରେ ପଠାଇ ଦିଆଯାଇଛି।ଝାରଖଣ୍ଡ ଅନ୍ତର୍ଗତ ଜାମସେଦପୁର ବେଲ୍ଡିହ ଚର୍ଚ୍ଚ ସ୍କୁଲରେ ଏହି ଘଟଣାଟି ଘଟିଛି।ସୂଚନା ମୁତାବକ ମଙ୍ଗଳବାର ଦିନ ଦ୍ୱାଦଶ ଶ୍ରେଣୀର କିଛି ଛାତ୍ର ଖେଳରେ ଖେଳରେ ସ୍କୁଲ କ୍ୟାମ୍ପସ ଭିତରେ “ଜୟ ଶ୍ରୀରାମ” ନ୍ୟାରା ଲଗାଇ ଦେଇଥିଲେ।ଯେତେବେଳେ ସ୍କୁଲ କତ୍ତୃପକ୍ଷ ଏ’ ଖବର ପାଇଲେ, ଏ’ ନେଇ ଅନୁଶାସନ ସମିତିର ଏକ ବୈଠକ ଡକାଗଲା।ଏବଂ ନ୍ୟାରା ଲଗାଇଥିବା ଛାତ୍ରମାନଙ୍କୁ ୫ ଦିନ ପାଇଁ ସସପେଣ୍ଡ କରି ଦିଆଗଲା।ଏବଂ ଏହି ସମୟ ଭିତରେ ସେମାନଙ୍କୁ ସ୍କୁଲ ନ’ ଆସିବାକୁ କୁହାଗଲା।

ଏହାକୁ ନେଇ ଝାରଖଣ୍ଡ ଷ୍ଟୁଡେଣ୍ଟ୍ ୟୁନିୟନ୍ ନେତା ଅପ୍ପୁ ତିୱାରୀ ଏବଂ ଅଙ୍କିତ ଆନନ୍ଦ ନାମକ ଜଣେ ସମାଜସେବୀ ଜିଲ୍ଲା ଶିକ୍ଷା ଅଧିକ୍ଷକଙ୍କୁ ଅଭିଯୋଗ କରି ଏହା ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି କହି ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ଘଟଣାର ତଦନ୍ତ କରାଯାଇ ଉଚିତ ପଦକ୍ଷେପ ନିଆଯିବ ବୋଲି ଶିକ୍ଷା ଅଧିକ୍ଷକ କହିଛନ୍ତି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.