Home ଓଡ଼ିଶା ପାରଦ ୪୦ ଡିଗ୍ରୀ ଛୁଇଁଲାଣି ଆବଶ୍ୟକ ଅନୁଯାୟୀ ଖୋଲା ଯାଉ ନାହିଁ ଜଳଛତ୍ର

ପାରଦ ୪୦ ଡିଗ୍ରୀ ଛୁଇଁଲାଣି ଆବଶ୍ୟକ ଅନୁଯାୟୀ ଖୋଲା ଯାଉ ନାହିଁ ଜଳଛତ୍ର

941

ପାଟଣା ୧୦-୫ (ଓଡ଼ିଆ ପୁଅ/ସନ୍ତୋଷ ପତି) – ସାରାରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତତଲା କଡେଇରେ ଭାଜି ହୋଉଛନ୍ତି ଲୋକେ। ସୂର୍ଯ୍ୟଙ୍କ କୋପ ଦୃଷ୍ଟିରୁ ବାଦ ପଡିନି କେନ୍ଦୁଝର ଜିଲ୍ଲା। ପ୍ରବଳ ଖରା ଯୋଗୁଁ ଦିନ ୧୦ ଟା ସମୟରୁ ଘରୁ ବାହାରକୁ ବାହାରି ପାରୁନାହଁନ୍ତି ଲୋକେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ପାଟଣା ବ୍ଲକ ର ୨୦ ଟି ପଞ୍ଚାୟତରେ ଏବେ ଆବଶ୍ୟକ ଅନୁଯାୟୀ ଜଳଛତ୍ର ଖୋଲାଯାଇ ନଥିବା ଜନ ସାଧାରଣ ଅଭିଯୋଗ କରିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ରାସ୍ତାରେ ବାଟୋଇଙ୍କ ଠାରୁ ଆରମ୍ଭ କରି ଜନ ସାଧାରଣ ନିଜ ନିଜ କାମରେ ଯିବା ସମୟରେ ଜଳଛତ୍ର ଯୋଗୁଁ ପାଣି ଟୋପାଏ ପିଇବା ପାଇଁ ପାଇଥାନ୍ତି। କିନ୍ତୁ ଚଳିତ ବର୍ଷ ବ୍ଲକ ତରଫରୁ ଆବଶ୍ୟକ ମୁତାବକ ଜଳଛତ୍ର ଖୋଲା ଯାଇ ନଥିବାରୁ ବାଟୋଇ ତଥା ସାଇକେଲ ଓ ମୋଟର ସାଇକେଲ ଚାଳକମାନେ ପାଣି ଟୋପାଏ ପିଇ ବାକୁ ପାଉନାହାନ୍ତି। ଫଳରେ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି। ଘଟଣା ସମ୍ପର୍କରେ ପାଟଣା ବିଡ଼ିଓ କିମ୍ବା ଏ, ବି.ଡ଼ି.ଓ ଙ୍କୁ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ପାଟଣା ବ୍ଲକ ରେ ଥିବା ବି.ଡି.ଓ ପଦବୀ ଦୀର୍ଘଦିନ ହେବ ଖାଲି ପଡ଼ିଛି। ବିଡ଼ିଓ ଙ୍କ ଦାଇତ୍ୱ ନିର୍ବାହ କରୁଥିବା ପାଟଣା ଏ.ବି. ଡି.ଓ ଙ୍କ ସ୍ୱାସ୍ଥ୍ୟ ଗତ ଅସୁସ୍ଥ କାରଣରୁ ଛୁଟିରେ ଥିବାରୁ ମତାମତ ମିଳିପାରି ନାହିଁ। ଏଥି ପ୍ରତି ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ଅନୁଯାଇ ଜଳଛତ୍ର ଖୋଲିବା କୁ ବିଭିନ୍ନ ମହଲରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.