Home କୋରାପୁଟ ପାତଳୀ ନଦୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ

ପାତଳୀ ନଦୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ

45

କୋରାପୁଟ : ୪/୧୧ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଗାଧେଇବାକୁ ଯାଇ ପାଡୁଆ ଥାନା ଅନ୍ତର୍ଗତ ଦଳେଇପୁଟ ଗ୍ରାମର ଜଣେ ବୃଦ୍ଧା ମହିଳା ପାତଳୀ ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ମୃତ ବୃଦ୍ଧା ମହିଳା ଜଣକ ହେଉଛନ୍ତି କୁଲାର ସିଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦଳେଇପୁଟ ଗ୍ରାମର ରାମଚନ୍ଦ୍ର ଖଡାଙ୍କ ସ୍ତ୍ରୀ ବିମଳା ଖଡା (୭୦)। ସୂଚନା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିବା ପାଇଁ ପ୍ରତିଦିନ ଗ୍ରାମର ପୁରୁଷ ଓ ମହିଳା ନିକଟରେ ଥିବା ରାଙ୍ଗନୀ ଘାଟ ପାତଳୀ ନଦୀରେ ବୁଢ଼ପୋକୋଉ ଥିବା ବେଳେ ହଠାତ ଗୋଡ଼ ଖସି ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ଖବର ପାଇ ପରିବାର ଲୋକେ ପାଡୁଆଥାନାରେ ଲିଖିତ ଅଭିଯୋଗ କରିଥିଲେ। ନନ୍ଦପୁର ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ବୃଦ୍ଧା ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପାଡୁଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଗତକାଲି ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏନେଇ ପାଡୁଆ ଥାନାରେ ଏକ ଅପ ମୃତ୍ୟୁ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଆରମ୍ଭ କରୁଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.