Home ଓଡ଼ିଶା ପାଞ୍ଚ ବର୍ଷ ହେଲା ବିଧବା ସହାୟତା ରାଶି ପାଇଁ ଧାଇଁ, ଧାଇଁ ନିରାଶ, ଉଚ୍ଚ ଅଧିକାରୀ...

ପାଞ୍ଚ ବର୍ଷ ହେଲା ବିଧବା ସହାୟତା ରାଶି ପାଇଁ ଧାଇଁ, ଧାଇଁ ନିରାଶ, ଉଚ୍ଚ ଅଧିକାରୀ ଦୃଷ୍ଟି ଦେବେକି ?

106

ଟିଟିଲାଗଡ଼ ୨୨-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ପୌରପରିଷଦ ଅନ୍ତର୍ଗତ ୧୪ ନଂ ୱାର୍ଡ ର ଜଣେ ସରଜନି ବାଗ (୩୬) ନାମ୍ନୀ ଜଣେ ବିଧବା ମହିଳା ଗତ ୨୦୧୫ ମସିହା ଠାରୁ ସରକାରୀ ମୃତ୍ୟୁ ସହାୟତା ରାଶି ୨୦ହଜାର ଟଙ୍କା ପାଇଁ ଆବେଦନ କରି ଆଜିସୁଦ୍ଧା ପାଇ ପାରି ନାହାନ୍ତି। ଗତ ୨୦୧୫ ମସିହାରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ସ୍ୱାମୀ ରାଜୀବ ବାଗ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁର ଶିକାର ହୋଇଥିଲେ। ତାଙ୍କ ଏକ ମାତ୍ର ରୋଜଗାର କ୍ଷମ ସ୍ୱାମୀଙ୍କ ମୃତ୍ୟୁ ପରେ ଏବେ ଦୁଇଟି ସନ୍ତାନ ଥିବା ବେଳେ କେହି ସାହାଭରସା ନ ଥିବା ବେଳେ ବଡ଼ କଷ୍ଟରେ ଜୀବନ କାଟୁଛନ୍ତି। ଉକ୍ତ ସରକାରୀ ନିୟମ ଅନୁଯାୟୀ ସମସ୍ତ ପ୍ରକାର କାଗଜପତ୍ର ଦାଖଲ କରିଛନ୍ତି ହେଲେ ନାଁ, ନାଁ ଆଳରେ ତାଙ୍କୁ ନିରାଶ କରାଯିବା ଅଭିଯୋଗ କରିଛନ୍ତି। ଏହି ସହାୟତା ଯୋଗାଇଦେବାକୁ ଆବଶ୍ୟକ ସମସ୍ତ ପ୍ରକାର କାଗଜପତ୍ର ଦାଖଲ ସତ୍ୱେ ଉକ୍ତ ଟଙ୍କା ତାଙ୍କୁ ପ୍ରଦାନରେ ଅବହେଳା କରୁଥିବା ଓ ମନମୁଖୀ କାର୍ଯ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ବିଭାଗୀୟ ଉଚ୍ଚ ପଦାଧିକାରୀ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.