Home ଆନ୍ତର୍ଜାତୀୟ ପାକିସ୍ତାନକୁ ପୁଣି ଝଟକା

ପାକିସ୍ତାନକୁ ପୁଣି ଝଟକା

1092

ନୂଆଦିଲ୍ଲୀ,୧୦/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ପାକିସ୍ତାନକୁ ପୁଣି ଝଟକା। କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କଲା ମିଳିତ ଜାତିସଂଘ । ଏହା ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ପ୍ରସଙ୍ଗ । ଏଥିରେ ମଧ୍ୟସ୍ଥତା କରାଯିବ ନାହିଁ ବୋଲି ସଫସଫା ଶୁଣାଇଛନ୍ତି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେର୍ସ ।

ଆମେରିକା ମଧ୍ୟ ପାକିସ୍ତାନକୁ ନିରାଶ କରିଛି । କାଶ୍ମୀର ପ୍ରସଙ୍ଗରେ ଆମେରିକାର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛି ଓ୍ଵାସିଂଟନ୍ । ଅନ୍ୟପଟେ ବିଶ୍ୱସମୁଦାୟକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ନକରି ବାସ୍ତବତା ବୁଝିବାକୁ ପାକିସ୍ତାନ ଚେଷ୍ଟା କରୁବୋଲି ଭାରତ ପରାମର୍ଶ ଦେଇଛି ।

କାଶ୍ମୀର ସ୍ଥିତିକୁ ନେଇ ଭୁଲ ଚିତ୍ର ରଖିବାକୁ ପାକିସ୍ତାନ ଉଦ୍ୟମ କରୁଥିବା ଭାରତ କହିଛି । ସେପଟେ ସମଝୌତା ଏକ୍ସପ୍ରେସ୍ ରୋକିବା ପରେ ଏବେ ଥର ଏକ୍ସପ୍ରେସ୍ ସେବା ଓ ଦିଲ୍ଲୀ-ଲାହୋର ବସ୍ ସେବା ରୋକିବା ଉପରେ ରୋକ୍ ଲଗାଇବାକୁ ଘୋଷଣା କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.