Home ଜିଲ୍ଲା ପରିକ୍ରମା ପରୀର ନ୍ୟାୟ ପାଇଁ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚାର ଶୋଭାଯାତ୍ରା, ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ,...

ପରୀର ନ୍ୟାୟ ପାଇଁ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚାର ଶୋଭାଯାତ୍ରା, ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ, ଇସ୍ତଫା ଦାବି କଲା ମୋର୍ଚ୍ଚା

17

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୁନୀ ଝିଅ ପରୀର ଦୋଷ କଣ ଥିଲା! କାହିଁକି ତାକୁ ଅପହରଣ ପରେ ହତ୍ୟା କଲା ଦୃବୁର୍ତ୍ତ । ଛୋଟ ଝିଅଟିର ଦାଣ୍ଡରେ ଖେଳିବାର କଣ ଅଧିକାର ନଥିଲା! ଆପଣ କଣ ଝିଅମାନଙ୍କୁ ଏତିକି ସୁରକ୍ଷା ଦେଇପାରିବେନି ନବୀନ ବାବୁ! ଓଡ଼ିଶାର ଲକ୍ଷ ଲକ୍ଷ ପରୀ ଆଜି ଏହି ପ୍ରଶ୍ନ ପଚାରୁଛନ୍ତି ବୋଲି ଆଜି ରାଜ୍ୟରେ ଘଟିଯାଇଥିବା ଲୋମହର୍ଷଣକାରୀ ପରୀ ହତ୍ୟା ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚା, ଭଦ୍ରକ ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କାଳରେ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀ ହରପ୍ରିୟା ସାହୁ, ସୁମିତ୍ରା ପାଣି, ଚୈତାଳି ଖିଲାର, ଲିପିକା ବାରିକ ଓ ପଦ୍ମିନୀ ଦ୍ୱିବେଦୀ ପ୍ରମୁଖ ଗଣମାଧ୍ୟମ ଜରିଆରେ ପ୍ରଶ୍ନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଆଜି ଭଦ୍ରକ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନୟାଗଡର କୁନି ପରୀ ମୃତ୍ୟୁ ଘଟଣାରେ ସ୍ଥାନୀୟ ବନ୍ତଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନୟାନଗଡର ଏହି ୫ ବର୍ଷର କୁନି ପରୀର ମୃତ୍ୟୁକୁ ନେଇ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲି ସାହୁଙ୍କୁ ଘଣ୍ଟ ଘୋଡାଉଛନ୍ତି ନବୀନ ସରକାର ଓ ନୟାନଗଡ ପୁଲିସ୍ । ଏଥିନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ଜିଲା କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ବନ୍ତଛକ ଠାରେ ପହଞ୍ôଚଥିଲା । ପରେ ବିକ୍ଷୋଭ ପ୍ରଦର୍ଶନ ସହ ବିଭିନ୍ନ ସ୍ଲୋଗାନ ଦେଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା ମହିଳା ମଂଚ । ପରେ ମନ୍ତ୍ରୀ ଶ୍ରୀ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.