Home ଓଡ଼ିଶା ନୟାଗଡ଼ର ନୂଆ ଜିଲାପାଳ ହେଲେ ପୋମା ଟୁଡୁ

ନୟାଗଡ଼ର ନୂଆ ଜିଲାପାଳ ହେଲେ ପୋମା ଟୁଡୁ

474

ନୟାଗଡ଼, ୬ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ର ଜିଲାପାଳ ଡ.ଏନ.ତିରୁମାଳା ନାୟକଙ୍କ ବଦଳି ହୋଇଛି। ଡ. ନାୟକଙ୍କୁ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିବାବେଳେ କୋରାପୁଟ ଜିଲାପାଳ ପୋମା ଟୁଡ଼ୁ(ଆଇଏଏସ୍ )ଙ୍କୁ ନୟାଗଡ଼ ଜିଲାପାଳଭାବେ ନିଯୁକ୍ତି ଦିଆଯାଇଛି। ସାଧାରଣ ପ୍ରଶାସକ ବିଭାଗ ପକ୍ଷରୁ ହୋଇଥିବା ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି। ପୋମା ଟୁଡ଼ୁ ନୂଆପଡ଼ାର ଜିଲାପାଳ ଥିଲାବେଳେ ହାତରେ ବାଡ଼ି ଧରି ୪ କିଲୋମିଟର ଜଙ୍ଗଲ ଚଢି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ଲାଗି ଯିବା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା। ମୃଣାଳିନୀ ଦର୍ଶୱାଲଙ୍କ ପରେ ପୋମା ଟୁଡ଼ୁ ହେଉଛନ୍ତି ଜିଲାର ଦ୍ୱିତୀୟ ମହିଳା ଏବଂ ୨୪ତମ ଜିଲାପାଳ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.